www.samajalive.in
Saturday, December 13, 2025
26.1 C
Bhubaneswar

ଦୃଷ୍ଟିହୀନଙ୍କ ସ୍ବତନ୍ତ୍ର ସୁଟ୍‌କେସ୍‌

ସମାଜ ଡିଜିଟାଲ ଡେସ୍କ: ବିମାନବନ୍ଦର ଭିତରେ ବିଭିନ୍ନ ଫାଟକ ଦେଇ ପ୍ରବେଶ କରିବା, ବୋର୍ଡିଂ ପାସ୍ କରି ନିର୍ଦିଷ୍ଟ ଦ୍ବାର ସମ୍ମୁଖରେ ସମୟ ପୂର୍ବରୁ ଛିଡ଼ା ହେବା ଏତେ ସହଜ କଥା ନୁହେଁ। ଜଣେ ସାଧାରଣ ବ୍ୟକ୍ତି ପକ୍ଷେ ଯଦି ଏହା କଷ୍ଟକର, ତେବେ ଦୃଷ୍ଟିହୀନ ବ୍ୟକ୍ତି ଏକାକୀ କିଭଳି ବିମାନରେ ଯାତ୍ରା କରିବ, ତାହା ନିଶ୍ଚୟ ଚିନ୍ତାର ବିଷୟ। କମ୍ପ୍ୟୁଟର ବୈଜ୍ଞାନିକ ଚିଆକୋ ଆସାକାୱାଙ୍କ ମତରେ ଏହା ଏକ ଆହ୍ବାନ। ୬୫ ବର୍ଷୀୟା ଆସାକାୱା ମାତ୍ର ୧୪ ବର୍ଷ ବୟସରେ ତାଙ୍କ ଦୃଷ୍ଟିଶକ୍ତି ହରାଇଥିଲେ। ନିଜ କାର୍ଯ୍ୟଶୈଳୀ ପାଇଁ ନିୟମିତ ଭାବେ ଆମେରିକାରୁ ଜାପାନ ବରାବର ତାଙ୍କୁ ଯାତ୍ରା କରିବାକୁ ପଡ଼ୁଥିଲା। ସବୁବେଳେ ଅନ୍ୟମାନଙ୍କ ସହାୟତା ନେବା ପାଇଁ ସେ ଚାହୁଁନଥିଲେ। ଶେଷରେ ନିଜ ବୁଦ୍ଧି ପ୍ରୟୋଗ କରି ଜ୍ଞାନକୌଶଳ ସହାୟତାରେ ଏକ ଅତ୍ୟାଧୁନିକ ଏଆଇ ସୁଟ୍‌କେସ୍‌ ସେ ନିର୍ମାଣ କରିଛନ୍ତି। ୨୦୧୮ରେ, ନିଜ ଅନୁଭୂତି ତାଙ୍କୁ ଏକ ସ୍ମାର୍ଟ ସୁଟ୍‌କେସ୍‌ର ଧାରଣା ଆଣିବାକୁ ପ୍ରେରଣା ଦେଇଥିଲା, ଯେଉଁଥିରେ ଥିବା ବିଲ୍ଟ-ଇନ୍ ସେନ୍ସର ଏବଂ କ୍ୟାମେରା ସାହାଯ୍ୟରେ ଦୃଷ୍ଟିହୀନଙ୍କୁ ମାର୍ଗଦର୍ଶନ କରିପାରିବ। ନିଜ ସ୍ମାର୍ଟଫୋନ୍‌‌ରେ ଏକ ମୋବାଇଲ୍ ଫୋନ୍ ଆପ୍ ସୁଟ୍‌କେସ୍‌ ସହାୟତାରେ ଗନ୍ତବ୍ୟସ୍ଥଳକୁ ପହଞ୍ଚିବା ପାଇଁ ବ୍ୟବହୃତ ହୁଏ ଏବଂ ବ୍ୟବହାରକାରୀଙ୍କୁ ଏହାର ହ୍ୟାଣ୍ଡେଲରେ କମ୍ପନ ମାଧ୍ୟମରେ ନିର୍ଦେଶ ଦେଇଥାଏ। ସୁଟ୍‌କେସ୍‌ରେ ମୁଖ ଚିହ୍ନିବା ପ୍ରଯୁକ୍ତିବିଦ୍ୟା ମଧ୍ୟ ରହିଛି, ଯାହା ଯଦି ଜଣେ ବନ୍ଧୁ ପାଖରେ ଥିଲେ, ତେବେ ବ୍ୟବହାରକାରୀଙ୍କୁ ସୂଚିତ କରିପାରିବ। ଏହା ଦୋକାନ ଏବଂ ଆଖପାଖରେ ଥିବା ଅନ୍ୟ ସ୍ଥାନଗୁଡିକ ନିକଟକୁ ନିର୍ଦେଶ ମଧ୍ୟ ସହଜରେ ପହଞ୍ଚାଇପାରିବ। ୨୦୨୦ କୋଭିଡ୍ ସମୟରେ ଏହି ସୁଟ୍‌କେସ୍‌ ସମ୍ପର୍କରେ ଆସାକାୱା ବିଶ୍ବବାସୀଙ୍କୁ ଅବଗତ କରାଇଥିଲେ। ଚଳିତ ବର୍ଷ ଆମେରିକା, ଜାପାନ ବଜାରରେ ଏଭଳି ସ୍ବତନ୍ତ୍ର କ୍ଷମତାସମ୍ପନ୍ନ ସୁଟ୍‌କେସ୍‌ ବିକ୍ରି ହେବ ବୋଲି ଜଣାପଡ଼ିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories