www.samajalive.in
Sunday, December 14, 2025
26.1 C
Bhubaneswar

ଷ୍ଟଣ୍ଟ ମାରିବା ପଡିଲା ମହଙ୍ଗା, କଟିଲା ୩୩ ହଜାର ଟଙ୍କାର ଚାଲାଣ

ନୂଆଦିଲ୍ଲୀ : ଆଜିକାଲି ଯୁବପିଢି ସାମାଜିକ ଗଣମାଧ୍ୟମରେ ଲାଇକ୍ ପାଇବା ପାଇଁ ଅନେକ ବିପଜ୍ଜନକ ଷ୍ଟଣ୍ଟ୍ କରୁଛନ୍ତି । କିନ୍ତୁ ବେଳେବେଳେ ଏହା ଅନ୍ୟମାନଙ୍କ ପାଇଁ ସମସ୍ୟା ପାଲଟିଥାଏ । ନିକଟରେ ହୋଲି ସମୟରେ ଏମିତି କିଛି ଘଟଣା ଘଟିଥିଲା । ଜଣେ ଯୁବତୀ ଏକ ସ୍କୁଟରରେ ଜଣେ ପୁରୁଷ ବନ୍ଧୁଙ୍କ ସହିତ ଯାତ୍ରା କରିବା ସମୟରେ ଷ୍ଟଣ୍ଟ କରୁଥିଲେ । ଏଥିପାଇଁ ତାଙ୍କର ଚାଲାଣ କଟିଛି । ଏଭଳି କାରନାମା ଦ୍ବାରା ରାସ୍ତାରେ ଯାତାୟତ କରୁଥିବା ଅନ୍ୟ ଯାତ୍ରୀ ଅସୁବିଧାରେ ପଡିପାରନ୍ତି କିମ୍ବା ଏଭଳି କ୍ଷେତ୍ରରେ ଦୁର୍ଘଟଣା ମଧ୍ୟ ଘଟିବାର ଆଶଙ୍କା ରହିଛି ।

- Advertisement -

ଘଟଣାଟି କିଛି ଏମିତି । ନୋଏଡାରେ ହୋଲି ଅବସରରେ ଏକ ସ୍କୁଟରରେ ଜଣେ ଯୁବକ ଏବଂ ଯୁବତୀ ଷ୍ଟଣ୍ଟ କରୁଥିଲେ । ଯୁବତୀ ଜଣକ ପଛ ସିଟରେ ଠିଆ ହୋଇଥିଲେ ଏବଂ ଯୁବକ ଜଣକ ଗାଡି ଚଲାଉଥିଲେ । କିନ୍ତୁ ଅଚାନକ ସେ ବ୍ରେକ୍ ମାରିବାରୁ ଯୁବତୀ ଜଣକ ଖସିପଡିଥିଲେ । ଏହି ଘଟଣାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ଘଟଣାରେ ନୋଏଡା ପୁଲିସ ହସ୍ତକ୍ଷେପ କରି ଯୁବତୀଙ୍କ ଉପରେ ୩୩ ହଜାର ଟଙ୍କାର ଜୋରିମାନା ଲଗାଇଛି । ଅନ୍ୟପଟେ ଭିଡିଓଟି ଭାଇରାଲ ହେବା ପରେ ସମସ୍ତେ ତାଙ୍କୁ ରାସ୍ତାରେ ଏଭଳି ନକରିବାକୁ ତାଗିଦ୍ କରୁଛନ୍ତି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories