ଟାଟା ସହିତ ହାତ ମିଳାଇଲା ହିନ୍ଦୁସ୍ତାନ ପେଟ୍ରୋଲିୟମ, ଦେଶରେ ଲଗାଇବେ ୫ ହଜାର ଇଭି ଚାର୍ଜିଂ ଷ୍ଟେସନ

ନୂଆଦିଲ୍ଲୀ : ଟାଟା ପାସେଞ୍ଜର ଇଲେକ୍ଟ୍ରିକ୍ ମୋବିଲିଟି ଚଳିତ ବର୍ଷ ଶେଷ ସୁଦ୍ଧା ଦେଶରେ ୫ ହଜାର ପବ୍ଲିକ୍ ଚାର୍ଜିଂ ଷ୍ଟେସନ ଲଗାଇବା ପାଇଁ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ  ସହ ହାତ ମିଳାଇଛି । ଟାଟା ମୋଟର୍ସର କମ୍ପାନୀ ଟାଟା ପାସେଞ୍ଜର ଇଲେକ୍ଟ୍ରିକ୍ ମୋବିଲିଟି(ଟିପିଇଏମ୍) ବୁଧବାର ଏନେଇ ସୂଚନା ଦେଇଛି । ଉଭୟ କମ୍ପାନୀ ଏହି ଚୁକ୍ତିରେ ହସ୍ତାକ୍ଷର କରିଛନ୍ତି । ଏଚପିସିଏଲ୍ ପାଖରେ ୨୧,୫୦୦ରୁ ଅଧିକ ପେଟ୍ରୋଲ ପମ୍ପର ନେଟଓ୍ବର୍କ ରହିଛି । କମ୍ପାନୀ ଚଳିତ ବର୍ଷ ଶେଷ ସୁଦ୍ଧା ୫ ହଜାର ଇଲେକ୍ଟ୍ରିକ୍ ଭେଇକଲ ଚାର୍ଜିଂ ଷ୍ଟେସନ ଲଗାଇବା ଲକ୍ଷ୍ୟ ରଖିଛି । ଅନ୍ୟପଟେ ଟାଟା ପାସେଞ୍ଜର ଇଲେକ୍ଟ୍ରିକ୍ ମୋବିଲିଟି ଆଗାମୀ କିଛି ଦିନରେ ଅନେକ ନୂଆ ଇଲେକ୍ଟ୍ରିକ୍ କାର୍ ବଜାରକୁ ଆଣିବା ପାଇଁ ଯୋଜନା କରୁଛି ।

kalyan agarbati

Comments are closed.