www.samajalive.in
Sunday, December 14, 2025
26.1 C
Bhubaneswar

ନାବାଳିକାଙ୍କୁ ବିବାହ କରି ଛାଡିଦେବା ପଡ଼ିଲା ମହଙ୍ଗା, ଗିରଫ ହେଲା ଅଭିଯୁକ୍ତ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଖଗେଶ୍ବର ମାଝୀ ନାମକ ଜଣେ ଯୁବକ ଗତ ୩ ବର୍ଷ ତଳେ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲା। ନାବାଳିକାଙ୍କୁ ଖଗେଶ୍ବର ପରିବାର ଗ୍ରହଣ କରି ନଥିବା ଯୋଗୁଁ ନିଜ ଗାଁରେ ଏକ ଭଡା ଘରେ ରଖିଥିଲା । ଏହାପରେ ଖଗେଶ୍ବର ୬ ମାସ ତଳେ ଦାଦନ ଖଟିବାକୁ ତାମିଲନାଡୁ ରାଜ୍ୟକୁ ଯାଇ ବର୍ତ୍ତମାନ ସ୍ତ୍ରୀଙ୍କୁ ଆଉ ଗ୍ରହଣ କରିବ ନାହିଁ କହିବାରୁ ନାବାଳିକା ଜଣକ ଥାନାରେ ଅଭିଯୋଗ କରିଥିଲେ। ଫଳରେ ଅଭିଯୁକ୍ତ ଖଗେଶ୍ବରକୁ ତାମିଲନାଡୁରୁ ଡକାଇ ଗିରଫ କରି ଲାଞ୍ଜିଗଡ଼ ଥାନାରୁ ପୁଲିସ କୋର୍ଟ ଚାଲାଣ କରିଛି।

ସୂଚନା ଅନୁସାରେ ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକା ଗତ ୩ ବର୍ଷ ତଳେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ଲାଞ୍ଜିଗଡ଼ ବ୍ଳକ ବାତେଲିମା ପଞ୍ଚାୟତ କପାଗୁଡା ଗାଁର ଲୋକୁ ମାଝୀଙ୍କ ପୁତ୍ର ଖଗେଶ୍ବର ମାଝୀ ବିବାହର ପ୍ରଲୋଭନ ଦେଖାଇ ତାଙ୍କୁ ନିଜ ଗାଁ କପାଗୁଡାକୁ ନେଇଥିଲା। କିନ୍ତୁ ପୁଅ ଘର ଲୋକେ ଝିଅକୁ ଗ୍ରହଣ ନ କରିବା ପରେ ଖଗେଶ୍ବର ଗାଁର ଏକ ଭଡାଘରେ ତାଙ୍କୁ ରଖିଥିଲା। ଏହାପରେ ବିବାହ କରିବ କହି ଶାରୀରିକ ସମ୍ପର୍କ ରଖିଥିଲା। ପ୍ରାୟ ୨ ବର୍ଷ ପରେ ତାଙ୍କର ଏକ ସନ୍ତାନ ହୋଇଥିଲା। ସନ୍ତାନ ଜନ୍ମର ମାସେ ପରେ ଖଗେଶ୍ବର ଦାଦନ ଖଟିବାକୁ ତାମିଲନାଡୁ ଯାଇଥିଲା। ଇତି ମଧ୍ୟରେ ପ୍ରାୟ ୬ ମାସ ବିତି ଯାଇଥିଲା।

- Advertisement -

ଏପଟେ ଖଗେଶ୍ବର ସ୍ତ୍ରୀ ଓ ସନ୍ତାନ ଏକୁଟିଆ ରହିଥିବା ବେଳେ କିଛିଦିନ ତଳେ ଖଗେଶ୍ବର ମୁଁ ଆଉ ତତେ ଗ୍ରହଣ କରିବି ନାହିଁ ବୋଲି ସ୍ତ୍ରୀକୁ ଜଣାଇଥିଲା। ଏହି ଖବର ପାଇ ସଂପୃକ୍ତ ନାବାଳିକା ଜଣକ ଲାଞ୍ଜିଗଡ଼ ଥାନାର ଦ୍ଵାରସ୍ତ ହୋଇ ଲିଖିତ ଅଭିଯୋଗ କରିଥିଲେ। ଥାନାଧିକାରୀ ବିଜୟଲକ୍ଷ୍ମୀ ହିକକା ଘଟଣାଟି ଗୁରୁତର ସହ ନେଇ ଖଗେଶ୍ବରକୁ ଥାନାକୁ ଆଣି ଥାନାରେ ପଚରାଉଚରା କରିଥିଲେ। ଥାନାରେ ମଧ୍ୟ ଖଗେଶ୍ବର ସମ୍ପୃକ୍ତ ନାବାଳିକାଙ୍କୁ ଗ୍ରହଣ କରିବାକୁ ରୋକଠୋକ୍ ମନା କରିଦେଇଥିଲା । ଏହାପରେ ଦୁହିଁଙ୍କ ଡାକ୍ତରୀ ମାଇନା କରି କେଶ ନଂ. ୩୫/୨୪ରେ ଧାରା ୪୧୭/୩୭୬/(୨)(ଏନ)/୩୭୬/୫୦୬/୩୪ ପୋକ୍ସୋ ଧାରା ଅନୁସାରେ ଖଗେଶ୍ବରକୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଥିବା ଥାନାଧିକାରୀ ବିଜୟଲକ୍ଷ୍ମୀ ହିକକା ପ୍ରକାଶ କରିଛନ୍ତି।

 

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories