ହୋଲିରେ ଗୋଷ୍ଠୀ ସଂଘର୍ଷ, ୫ରୁ ଉର୍ଦ୍ଧ୍ବ ଆହତ

ତିଗିରିଆ : ହୋଲିରେ ତିଗିରିଆ ଥାନା ଅନ୍ତର୍ଗତ ଭୋଗଡା ଗ୍ରାମରେ ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ଉଭୟ ଗୋଷ୍ଠୀର ପାଞ୍ଚ ଜଣରୁ ଉର୍ଦ୍ଧ୍ବ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତମାନଙ୍କୁ ତିଗିରିଆ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡ ମେଡିକାଲ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ଘଟଣାରେ ଭୋଗଡା ସରପଞ୍ଚ ଆହତ ହେବା ସହିତ ସରପଞ୍ଚଙ୍କ ସ୍ୱାମୀ ଓ ଦିଅର ଆହତ ହୋଇଥିବା ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ଆଠଗଡ ଏସ଼୍ ଡି ପି ଓ ଏବଂ ତିଗିରିଆ ପୋଲିସ୍ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ସହିତ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି। ଗ୍ରାମରେ ଚାପା ଉତ୍ତେଜନା ଲାଗିରହିଥିବା ସୂଚନା ମିଳିଛି ।

Comments are closed.