www.samajalive.in
Saturday, December 13, 2025
26.1 C
Bhubaneswar

ହୋଲି ପାଇଁ ଅଗ୍ନିଶମ ବାହିନୀ ସଜାଗ, ମଦ୍ୟପାନ ନକରିବାକୁ ପରାମର୍ଶ

ଭୁବନେଶ୍ୱର: ଆସନ୍ତାକାଲି ରଙ୍ଗର ପର୍ବ ହୋଲି । ହୋଲି ପାଇଁ ରାଜଧାନୀରେ ସଜାଗ ରହିଛନ୍ତି ଅଗ୍ନିଶମ ବାହିନୀ । ପ୍ରତିବର୍ଷ ରଙ୍ଗ ଖେଳ ପରେ ନଦୀ କିମ୍ବା ପୋଖରୀରେ ଗାଧୋଇବା ବେଳେ ଅନେକ ଅଘଟଣ ଘଟିଥାଏ । ଏହି ଅଘଟଣକୁ ରୋକିବାକୁ ଭୁବନେଶ୍ୱର ୫ଟି ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କୁଆଖାଇ, ଦୟା, ପୁରୀ କେନାଲ, ବାଲିପାଟଣା, ସାଇଫନ ଠାରେ ଅଗ୍ନିଶମ ବାହିନୀ ନିୟୋଜିତ ରହିବେ । ଲାଇଫ୍‍ ଜ୍ୟାକେଟ୍‍, ମେସିନ୍‍ ରବର ବୋଟ ସହ ପ୍ରତି ଟିମରେ ୬ଜଣ ଲେଖାଏ କର୍ମଚାରୀ ରହିବେ । ଏହାସହିତ ଲୋକଙ୍କୁ ମଦ୍ୟପାନ ଠାରୁ ଦୁରେଇ ରହିବାକୁ ପରାମର୍ଶ ଦିଆଯାଇଛି । ନଦୀ ପଠାରେ ଗାଧୋଇବାକୁ ଗଲେ ସତର୍କତା ଅବଲମ୍ବନ କରିବାକୁ ଅପିଲ କରାଯାଇଛି । କିଛି ଅଘଟଣ ଘଟିଲେ ୧୧୨ ନଂରେ କଲ କରିବାକୁ କହିଛନ୍ତି ଅଗ୍ନିଶମ ଅଧିକାରୀ ଅବନୀକାନ୍ତ ସ୍ୱାଇଁ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories