www.samajalive.in
Sunday, December 14, 2025
23.1 C
Bhubaneswar

ଫେବୃୟାରୀ ମାସରେ ସବୁଠୁ ଅଧିକ ବିକ୍ରି ହୋଇଛି ଏହି ବାଇକ୍, ଦେଖନ୍ତୁ ତାଲିକା

ନୂଆଦିଲ୍ଲୀ : ହିରୋ ସ୍ପ୍ଲେଣ୍ଡର ଭାରତୀୟ ମୋଟରସାଇକେଲ ବଜାରରେ ରାଜୁତି କରୁଛି । ଫେବୃୟାରୀ ୨୦୨୪ରେ ମଧ୍ୟ ଏହା ସବୁଠାରୁ ଅଧିକ ବିକ୍ରି ବାଇକ ତାଲିକାରେ ସର୍ବପ୍ରଥମେ ରହିଛି । ଚାଲନ୍ତୁ ଫେବୃୟାରୀ ୨୦୨୪ର ସବୁଠାରୁ ଅଧିକ ବିକ୍ରି ହୋଇଥିବା ୫ ମୋଟର ସାଇକେଲ ସମ୍ପର୍କରେ ଜାଣିବା….

୧. ହିରୋ ସ୍ପ୍ଲେଣ୍ଡରର ଫେବୃୟାରୀ ୨୦୨୪ରେ ୨,୭୭,୯୩୯ ୟୁନିଟ୍ସ ବିକ୍ରି ହୋଇଛି । ଫେବୃୟାରୀ ୨୦୨୩ରେ ୨,୮୮,୬୦୫ ୟୁନିଟ୍ସ ବିକ୍ରି ହୋଇଥିଲା । ବାର୍ଷିକ ଆଧାରରେ ବିକ୍ରି ୩.୭୦ ପ୍ରତିଶତ ହ୍ରାସ ପାଇଛି ।

- Advertisement -

୨. ହୋଣ୍ଡା ସାଇନ୍ ଫେବୃୟାରୀ ୨୦୨୪ ରେ ୧,୪୨,୭୬୩ ୟୁନିଟ୍ସ ବିକ୍ରି ହୋଇଛି । ଫେବୃୟାରୀ ୨୦୨୩ରେ ଏହା ୩୫,୫୯୪ ୟୁନିଟ୍ସ ବିକ୍ରି ହୋଇଥିଲା । ଅର୍ଥାତ୍ ବାର୍ଷିକ ଆଧାରରେ ଏହାର ବିକ୍ରି ୩୦୧.୦୯ ପ୍ରତିଶତ ବଢିଛି ।

୩. ବଜାଜ ପଲସରର ଫେବୃୟାରୀ ୨୦୨୪ରେ ୧,୧୨,୫୪୪ ୟୁନିଟ୍ସ ବିକ୍ରି ହୋଇଛି । ଯଦିଓ ଫେବୃୟାରୀ ୨୦୨୩ରେ ୮୦,୧୦୬ ଗାଡି ବିକ୍ରି ହୋଇଥିଲା । ବାର୍ଷିକ ଆଧାରରେ ଦେଖିବା ତ ଏହାର ବିକ୍ରି ୪୦.୪୯ ପ୍ରତିଶତ ବଢି ।

୪. ତାଲିକାର ଚତୁର୍ଥ ନମ୍ବରରେ ରହିଛି ହିରୋ ଏଚଏଫ୍ ଡିଲକ୍ସ । ଫେବୃୟାରୀ ୨୦୨୪ରେ ଏହାର ବିକ୍ରି ସଂଖ୍ୟା ରହିଛି ୭୬,୧୩୮ । ଅର୍ଥାତ୍ ଏତିକି ଗାଡି ବିକ୍ରି ହୋଇଛି । ଗତ ବର୍ଷ ଫେବୃୟାରୀ ମାସରେ ଏହାର ୫୬,୨୯୦ ୟୁନିଟ୍ସ ବିକ୍ରି ହୋଇଥିଲା । ବାର୍ଷିକ ଆଧାରରେ ଏହାର ବିକ୍ରି ୩୫.୨୬ ପ୍ରତିଶତ ବଢିଛି ।

୫. ଟିଭିଏସ୍ ରାଇଡରର ଫେବୃୟାରୀ ୨୦୨୪ରେ ୪୨,୦୬୩ ୟୁନିଟ୍ସ ବିକ୍ରି ହୋଇଛି ଯଦିଓ ଗତ ବର୍ଷ ସମାନ ମାସରେ ୩୦,୩୪୬ ୟୁନିଟ୍ସ ବିକ୍ରି ହୋଇଥିଲା । ଅର୍ଥାତ୍ ବାର୍ଷିକ ଆଧାରରେ ବିକ୍ରି ୩୮.୬୧ ପ୍ରତିଶତ ବଢିଛି ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories