www.samajalive.in
Sunday, December 14, 2025
26.1 C
Bhubaneswar

ଉତ୍ସବ ଚାଲିଥିବା ସମୟରେ ଲଢେଇ କଲେ ୨ ହାତୀ, ଭୟରେ ଦୌଡିଲେ ଲୋକେ

ନୂଆଦିଲ୍ଲୀ : ନିକଟରେ ସାମାଜିକ ଗଣମାଧ୍ୟମରେ ଏକ ଚକିତ କରିଦେବା ଭଳି ଭିଡିଓ ଭାଇରାଲ ହେଉଛି । ଏଥିରେ ୨ଟି ହାତୀ ପରସ୍ପର ଉପରେ ଆକ୍ରମଣ କରୁଥିବା ନଜର ଆସୁଛନ୍ତି । କୁହାଯାଉଛି କି କେରଳର ତ୍ରିଶୁରରେ ଅରାତୁପୁଝା ଉତ୍ସବ ସମୟରେ ହାତୀ ୨ଟି ପରସ୍ପର ସହ ଲଢେଇ ଆରମ୍ଭ କରିଦେଲେ ।

- Advertisement -

ପରମ୍ପରା ଅନୁସାରେ ହାତୀଙ୍କୁ ଉତ୍ସବରେ ସାମିଲ ହେବା ପାଇଁ ମଗାଯାଇଥିଲା । କିନ୍ତୁ ଅଚାନକ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ହାତୀ ୨ଟି ଲଢେଇ କରିବାକୁ ଲାଗିଲେ । ଏହି ଅବସରରେ ଚାରିଆଡେ ଦୌଡାଦୌଡି ଲାଗିଗଲା । ସମସ୍ତେ ନିଜକୁ ରକ୍ଷା କରିବା ପାଇଁ  ସୁରକ୍ଷିତ ସ୍ଥାନକୁ ଦୌଡି ପଳାଇଲେ । ତେବେ ଏହି ସମୟରେ କିଛି ଲୋକ ଆହତ ହୋଇଛନ୍ତି । ଏହି ଘଟଣା ପ୍ରାୟ ରାତି ସାଢେ ୧୦ଟା ସମୟରେ ଘଟିଥିଲା । ତେବେ ହାତୀ ଦ୍ବୟଙ୍କୁ ନିୟନ୍ତ୍ରଣ କରିବା ପାଇଁ ପ୍ରାୟ ଅଧଘଣ୍ଟା ଲାଗିଯାଇଥିଲା ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories