www.samajalive.in
Saturday, December 6, 2025
26.1 C
Bhubaneswar

ବୃଦ୍ଧଙ୍କୁ ଧକ୍କା ଦେଇ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ଦୁଇ ଗୁରୁତର

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଲାଞ୍ଜିଗଡ଼ ଆଶ୍ରମପଡା ନିକଟରେ ଅଭାବନୀୟ ଘଟଣା ଘଟିଛି। ବୃଦ୍ଧକୁ ଧକ୍କା ଦେଇ ଭାରସାମ୍ୟ ହରାଇ ଗଛରେ ପିଟିଲା ବାଇକ। ଫଳରେ ବୃଦ୍ଧ ଏବଂ ବାଇକ ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଉଭୟଙ୍କୁ  ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।  ଶନିବାର ରାତିରେ ଲାଞ୍ଜିଗଡ଼ ଆଶ୍ରମପଡାର ସନ୍ତୋଷ ମୁଣ୍ଡା  କୁମ୍ଭାରପଡା ଯାଇ ଫେରୁଥିବାବେଳେ ଆଶ୍ରମପଡା ନିକଟସ୍ଥ ପୋଖରୀ ପାଖରେ ରିଙ୍କୁ ମହାନ୍ତି ବାଇକ ଚଳାଇ  ଲାଞ୍ଜିଗଡ ଆଡକୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ଶ୍ରୀ ମୁଣ୍ଡାଙ୍କୁ ଧକ୍କା ଦେଇ ପୋଖରୀ ନିକଟସ୍ଥ ଏକ ଗଛରେ ବାଡେଇହେଇ ପଡିଯାଇଥିଲେ ।  ଦୁର୍ଘଟଣା ପରେ ଆହତ ଅବସ୍ଥାରେ ଉଭୟଙ୍କୁ ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ  ପ୍ରାଥମିକ ଚିକିତ୍ସା ପରେ  ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ଲାଞ୍ଜିଗଡ଼ ଥାନା ଅଧିକାରୀ ବିଜୟଲଷ୍ମୀ ହିକକା ନିଜ ଟିମ ସହିତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories