www.samajalive.in
Saturday, December 13, 2025
26.1 C
Bhubaneswar

ଭାରତରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପାଇଁ ନାହିଁ ଆଇନଗତ ସୁରକ୍ଷା

ନୂଆଦିଲ୍ଲୀ : ଭାରତର ରାଷ୍ଟ୍ରପତି ଏବଂ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କ ସମ୍ବିଧାନର ଧାରା ୩୬୧ ଅନୁଯାୟୀ ଆଇନଗତ ସୁରକ୍ଷା ମିଳିଥାଏ। ଅର୍ଥାତ୍ କୌଣସି ବ୍ୟକ୍ତିବିଶେଷ ରାଷ୍ଟ୍ରପତି, ରାଜ୍ୟପାଳ କିମ୍ବା ଉପରାଜ୍ୟପାଳ ପଦରେ ଥିବା ସମୟରେ ସେମାନଙ୍କ ବିରୋଧରେ କୌଣସି ପ୍ରକାର ଫୌଜଦାରୀ କିମ୍ବା ଦୌୱାନୀ ମାମଲା ଅଦାଲତରେ ରୁଜୁ କିମ୍ବା ଚାଲୁ କରାଯାଇପାରିବ ନାହିଁ। ଏପରି କି ସମ୍ପୃକ୍ତ ବ୍ୟକ୍ତିବିଶେଷ ଯଦି ଅତୀତରେ କୌଣସି ଅପରାଧରେ ଅଭିଯୁକ୍ତ ଥାଆନ୍ତି ତେବେ ସେ ଉକ୍ତ ପଦ ପାଇବା ପରେ ମାମଲାକୁ ବନ୍ଦ କରିଦିଆଯାଇଥାଏ। ରାଷ୍ଟ୍ରପତି ଓ ରାଜ୍ୟପାଳ ପଦରୁ ହଟିଯିବା ପରେ ତାଙ୍କ ବିରୋଧରେ ଉକ୍ତ ମାମଲା ପୁନଃ ଚାଲୁ କରାଯାଇପାରିବ।

ସମ୍ବିଧାନର ନିୟମ ଅନୁଯାୟୀ ରାଷ୍ଟ୍ରପତି ଓ ରାଜ୍ୟପାଳ ନିଜର କାର୍ଯ୍ୟ ପାଇଁ ଅଦାଲତଙ୍କ ନିକଟରେ ଉତ୍ତରଦାୟୀ ନୁହନ୍ତି। ସେମାନଙ୍କ କୌଣସି କାର୍ଯ୍ୟ ଲାଗି ଅଦାଲତ ତାଙ୍କ ଠାରୁ କୌଣସି ପ୍ରକାର ଉତ୍ତର ଲୋଡିପାରିବେ ନାହିଁ। ତେବେ ଏପରି ସୁରକ୍ଷା ଦେଶର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନଙ୍କୁ ମିଳିନାହିଁ। ଅର୍ଥାତ୍ ଜଣେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଅଦାଲତ ସମନ ଜାରି କରି ଉତ୍ତର ଲୋଡିପାରିବେ। ଏପରି କି ପଦରେ ଥିବା ସମୟରେ ଜଣେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇପାରିବ। ମାତ୍ର ଗିରଫ ପରେ ଜଣେ ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ ଅଯୋଗ୍ୟ ଘୋଷଣା କରାଯାଇପାରିବ ନାହିଁ। ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ କୌଣସି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥାଏ।

- Advertisement -

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫ ପରେ ଦେଶର ଏପରି ଆଇନଗତ ଜଟିଳତାକୁ ନେଇ ଅନେକ ପ୍ରଶ୍ନ ଉଠିଛି। କେଜରିୱାଲ ଯେ ପର୍ଯ୍ୟନ୍ତ ଦୋଷୀ ସାବ୍ୟସ୍ତ ହୋଇ ନାହାନ୍ତି ସେପର୍ଯ୍ୟନ୍ତ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯାଇପାରିବ ନାହିଁ। ଗିରଫ ପରେ କେଜରିୱାଲ ଜେଲ୍‌ରେ ଥାଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟ ପରିଚାଳନା ଲାଗି ନିଷ୍ପତ୍ତି ନେଇଛନ୍ତି। କେଜରିୱାଲଙ୍କ ପାଖରେ କୌଣସି ବିଭାଗ ନାହିଁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories