www.samajalive.in
Saturday, December 13, 2025
26.1 C
Bhubaneswar

ପ୍ଲାଷ୍ଟିକ୍‌‌ ବୋତଲରେ ନିୟମିତ ପାଣି ପିଉଛନ୍ତି କି? ସାବଧାନ..

ଖରାଦିନ ଆରମ୍ଭ ହୋଇ ସାରିଛି। ଯାତ୍ରା ସମୟରେ ହେଉ କିମ୍ବା କାର୍ଯ୍ୟାଳୟରେ ଲୋକେ ନିଜ ସହ ପାଣି ବୋତଲ ରଖିବାକୁ ପସନ୍ଦ କରିଥାଆନ୍ତି। ତେବେ ପାଣି ରଖିବା ପାଇଁ ଅଧିକାଂଶ ଲୋକେ ପ୍ଲାଷ୍ଟିକ୍‌‌ ବୋତଲର ବ୍ୟବହାର କରି ଥାଆନ୍ତି। ମାତ୍ର ଡାକ୍ତର ଏହି ବୋତଲ ବ୍ୟବହାର ନକରିବାକୁ ପରାମର୍ଶ ଦେଇଥାଆନ୍ତି। ଡାକ୍ତରଙ୍କ କହିବାନୁଯାୟୀ, ପ୍ଲାଷ୍ଟିକ୍‌‌ ବୋତଲ ବଦଳରେ ତମ୍ବା, ଷ୍ଟିଲ୍‌‌ ଆଦି ବୋତଲରେ ପାଣି ପିଇବା ଅଧିକ ଲାଭଦାୟକ।ଲୋକେ ସୁସ୍ଥ ରହିବା ପାଇଁ ଏଭଳି ବୋତଲର ବ୍ୟବହାର କରିବା ଉଚିତ୍‌‌।

ପ୍ଲାଷ୍ଟିକ୍‌‌ ବୋତଲରେ ଅଧିକ ଦିନ ଯାଏଁ ପାଣି ରଖି ପିଇବା ଦ୍ୱାରା ପାଣିର ସ୍ୱାଦରେ ପରିବର୍ତ୍ତନ ହୋଇଥାଏ। ତେଣୁ ନିଜ ପାଖରେ ସର୍ବଦା ଷ୍ଟିଲ୍‌‌ କିମ୍ବା ତମ୍ବା ବୋତଲରେ ପାଣି ରଖନ୍ତୁ। ଏହି ସମସ୍ତ ଧାତୁ ଶରୀର ପାଇଁ ଆବଶ୍ୟକ। ତେଣୁ ଏଥିରେ ପାଣି ପିିଇବା ଦ୍ୱାରା ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ। ମାତ୍ର ନିୟମିତ ପ୍ଲାଷ୍ଟିକ୍‌‌ ବୋତଲରେ ପାଣି ପିଇବା ଦ୍ୱାରା ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ପ୍ଲାଷ୍ଟିକ ବୋତଲ ତିଆରି କରାଯାଉଥିବା ସମୟରେ ଏଥିପାଇଁ ପ୍ରସ୍ତୁତ ହେଉଥିବା ଜିନିଷ ଶରୀର ଉପରେ କୁପ୍ରଭାବ ପକାଇବା ସହ ବିଭିନ୍ନ ରୋଗର କାରଣ ପାଲଟିଥାଏ। ନିୟମିତ ବଦଳରେ ଅତି ଆବଶ୍ୟକ ହେଲେ ଥରେ କିମ୍ବା ୨ ଥର ଏହାର ବ୍ୟବହାର କରିପାରିବେ। ମାତ୍ର ନିୟମିତ ବ୍ୟବହାର କରିବା ଉଚିତ୍‌‌ ନୁହେଁ।

- Advertisement -

ତମ୍ବା, ଷ୍ଟିଲ୍‌‌ ଆଦି ବୋତଲ ଶରୀର ପାଇଁ ଲାଭଦାୟକ। ଯଥା ସମ୍ଭବ ପ୍ଲାଷ୍ଟିକ୍‌‌ ବୋତଲକୁ କମ୍‌‌ ବ୍ୟବହାର କରନ୍ତୁ। ତମ୍ବା, ଷ୍ଟିଲ୍‌‌ ଆଦି ବୋତଲକୁ ଅଧିକ ଦିନ ପର୍ଯ୍ୟନ୍ତ ବ୍ୟବହାର କରି ପାରିବେ।

ତମ୍ବା ଶରୀରରେ ମିନେରାଲ୍ସ ଓ ପୁଷ୍ଟିସାରର ଅଭାବକୁ ଦୂର କରିବାରେ ସହାୟକ ହୋଇଥାଏ। ତମ୍ବାର ପାତ୍ରରେ ପାଣି ରଖି ପିଇବା ଦ୍ବାରା ପାଚନ ତନ୍ତ୍ର ମଜଭୂତ ହୋଇଥାଏ। ଏହାସହ ହଜମ କ୍ରିୟା ସଠିକ ଭାବେ ହୋଇଥାଏ। ତମ୍ବା ପାତ୍ରରେ ପାଣି ପିଇବା ଦ୍ବାରା କର୍କଟ ପରି ମାରାତ୍ମକ ରୋଗ ଠାରୁ ଦୂରେଇ ରଖିବାରେ ସହାୟକ ହୋଇଥାଏ। ଏହି ପାତ୍ରରେ ପାଣି ପିଇବା ଦ୍ବାରା ଶରୀରକୁ ଥଣ୍ଡା ଅନୁଭବ ହୋଇଥାଏ।

ତମ୍ବା ପାତ୍ରରେ ରାତିରେ ପାଣି ରଖି ତା’ ପର ଦିନ ପିଇବା ଦ୍ବାରା ସମସ୍ତ ପ୍ରକାର ପୁଷ୍ଟିଯୁକ୍ତ ପୋଷକ ତତ୍ତ୍ବ ମିଳିଥାଏ। ଏହାସହ ତମ୍ବା ପାତ୍ରରେ ପାଣି ରଖିବା ଦ୍ବାରା ସମସ୍ତ ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଥାଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories