www.samajalive.in
Saturday, December 13, 2025
26.1 C
Bhubaneswar

ଗ୍ୟାସ୍ ସିଲିଣ୍ଡର ପାଇପର ମଧ୍ୟ ଥାଏ ବ୍ୟବହାର ଅବଧି, ସମୟ ପୂର୍ବରୁ କରନ୍ତୁ ଯାଞ୍ଚ

ନୂଆଦିଲ୍ଲୀ : ପୂର୍ବରୁ ପ୍ରାୟତଃ ସମସ୍ତେ ଚୁଲିରେ ରୋଷେଇ କରୁଥିଲେ । କିନ୍ତୁ ଆଜି କାଲି ଘରେ ଘରେ ଗ୍ୟାସ୍ ସିଲିଣ୍ଡର ହୋଇଗଲାଣି । ଏଥିରେ ରୋଷେଇ କରିବା ସହଜ ଏବଂ ସରଳ ମଧ୍ୟ । ସିଲିଣ୍ଡରରୁ ଗ୍ୟାସ୍ ସରିଗଲେ ପୁଣି ଗ୍ୟାସ୍ ଭରାହୁଏ । ଏହା ସହିତ ଉପର ରେଗୁଲେଟର ଖରାପ ହେଲେ ଏହାକୁ ସଜଡାହୁଏ ବା ନୂଆ ରେଗୁଲେଟର ଲାଗିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଏଥିରେ ଲାଗିଥିବା ପାଇପ ମଧ୍ୟ ଖରାପ ହୋଇଥାଏ । ଆସନ୍ତୁ ଜାଣିବା କେମିତି ଚେକ୍ କରିପାରିବେ ପାଇପ୍ ଭଲ ଅଛି କିମ୍ବା ଖରାପ ହୋଇଯାଇଛି…

ଯେବେ ଆପଣ ସିଲିଣ୍ଡର ନେଇଥିବେ ସେବେ ସେଥିରେ କିଛି ନମ୍ବର ଏବଂ ଅକ୍ଷର ଲେଖାହୋଇଥିବା ଦେଖିଥିବେ ନିଶ୍ଚୟ । ଯଥା ଏ-୨୪, ବି-୨୨ ବା ସି-୨୫ । ଏହି ନମ୍ବର ସିଲିଣ୍ଡରର ବ୍ୟବହାର କରିବାର ସମୟ ସୀମା ଦର୍ଶାଇଥାଏ । ଯଥା ସି-୨୫ ଅର୍ଥ ଏହି ସିଲିଣ୍ଡର ବ୍ୟବହାରର ସମୟ ସୀମା ୨୦୨୫ରେ ସମାପ୍ତ ହୋଇଯିବ ।

- Advertisement -

ସେହିଭଳି ଜରୁରି କଥା ହେଉଛି ଏଥିରେ ଲାଗିଥିବା ପାଇପ୍ । ନଚେତ୍ ସାମାନ୍ୟ ଭୁଲ୍ ପାଇଁ ଆପଣ ବଡ ବିପଦରେ ପଡିପାରନ୍ତି । ଆପଣଙ୍କୁ ସିଲିଣ୍ଡରରେ ଲାଗିଥିବା ପାଇପର ଲିକେଜ୍ ଯାଞ୍ଚ କରିବା ଉଚିତ୍ । ଯଦି ଏହାର ବ୍ୟବହାରର ସମୟ ସୀମା କଥା କହିବା ତ ସିଲିଣ୍ଡର ପାଇପ୍ କିଣିବାର ୧୮ରୁ ୨୪ ମାସ ଭିତରେ ପାଇପକୁ ବଦଳାଇବା ଉଚିତ୍ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories