www.samajalive.in
Sunday, December 7, 2025
26.1 C
Bhubaneswar

ଯୁବକ ନିଖୋଜ, ଥାନାରେ ଅଭିଯୋଗ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ବଡ଼ଲିଟିପଲି ଗ୍ରାମର ମୃତ ବଦ୍ରୀ ହିକକାଙ୍କ ପୁଅ ସମେଶ୍ୱର ହିକକା(୨୯) ନିଖୋଜ ରହିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଦାଦା ସଦିରି ହିକକା । ସମେଶ୍ୱର ଛତିଶଗଡ଼ର ଜାଙ୍ଗନ  VHG 3 +  HW 6 , ପିନ ୪୯୬୦୦୧ରେ ଥିବା ଏମଏସପି ଷ୍ଟିଲ ପାୱାର ଲିମିଟେଡ଼ କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଭାବରେ କାର୍ଯ୍ୟ କରିଆସୁଥିଲେ । ସେ କିଛିଦିନ ଛୁଟି ନେଇ ଶିବରାତ୍ରି ଯାତ୍ରା ଦେଖିବାକୁ ଆସିଥିଲେ । ଯାତ୍ରା ସରିଯିବା ପରେ ମୋର ୧୪ତାରିଖରେ କାର୍ଯ୍ୟରେ ଉପସ୍ଥିତ ରହିବାର ଅଛି କହି ସେ ୧୨ ତିନି କାର୍ଯ୍ୟ ସ୍ଥଳକୁ ଯିବା ପାଇଁ ବାହାରିଥିଲା । ଉକ୍ତ ଗ୍ରାମରେ ପହଞ୍ଚିବା ପରେ ୧୭ତାରିଖ ସନ୍ଧ୍ୟାରେ ଗ୍ରାମର କିଛିସାଙ୍ଗ ଓ ସମ୍ପର୍କୀୟଙ୍କୁ ଫୋନ କରି ଭୟଭୀତ ଅବସ୍ଥାରେ ମୁଁ ମରିବି କି ବଞ୍ଚିବି କହିବା ବେଳେ ଫୋନ କଟିଯାଇଥିଲା । ପୁନର୍ବାର ଫୋନ କଲେ ରିସିଭ୍ କଲେନାହିଁ ତା’ପରଠାରୁ ଫୋନ ବନ୍ଦ ରହିଛି ବୋଲି ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏହାକୁ ନେଇ ଗ୍ରାମରେ ଏକ ବୈଠକ କରି ଗ୍ରାମର ପ୍ରାୟ ୮ଜଣ ଉକ୍ତ ଜାଙ୍ଗନ ଗ୍ରାମରେ ଥିବା କମ୍ପାନୀକୁ ଯାଇ ପଚାରିବାରୁ ସମେଶ୍ୱର ଆସିନଥିବା କହିଥିଲେ । ଏହା ଶୁଣି ସେଠାରେ ମଧ୍ୟ ନିଖୋଜ ରହିଥିବା ଅଭିଯୋଗ କରିଥିବା ପରିବାର ଲୋକ କହିଛନ୍ତି । ବିଧବା ମାଆ ହର୍ଷ ହିକକାଙ୍କ ଏକମାତ୍ର ରୋଜଗାରିଆ ପୁଅ ହେଉଛନ୍ତି ସମେଶ୍ୱର।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories