www.samajalive.in
Saturday, December 13, 2025
26.1 C
Bhubaneswar

ମହିଳା ନା ପୁରୁଷ.. କାହାର ନିଦ ବେଶୀ ଆବଶ୍ୟକ

ସମାଜ ଡିଜିଟାଲ ଡେସ୍କ: ନିକଟରେ ବିଶ୍ବରେ ୧୯ଟି ଦେଶର ମହିଳା-ପୁରୁଷଙ୍କୁ ସାମିଲ କରାଯାଇ ସେମାନଙ୍କ ନିଦ ଉପରେ ଅନୁଧ୍ୟାନ କରାଯାଇଥିଲା। ମତାମତ ନେବା ପରେ ୬୧% ମହିଳା ସେମାନଙ୍କ ନିଦରେ ବ୍ୟାଘାତ ହେଉଥିବା ଅଭିଯୋଗ ବି କରିଥିଲେ। ସେହି ମହିଳା ବର୍ଗଙ୍କ ମଧ୍ୟରେ ୨୭% କର୍ମଜୀବୀ ଥିଲେ ଓ ଘରର ସବୁ ଦାୟିତ୍ବ ସେମାନଙ୍କ ଉପରେ ନ୍ୟସ୍ତ ଥିଲା। ଅନ୍ୟ ପରିବାର ସଦସ୍ୟଙ୍କ ତୁଳନାରେ ମହିଳାମାନଙ୍କୁ ଅଧିକ କାମ କରିବାକୁ ପଡ଼େ, ଯେଉଁଥିପାଇଁ ସେମାନେ ପର୍ଯ୍ୟାପ୍ତ ଶୋଇପାରନ୍ତିନି। ଦିନମାନ ସେଥି ଯୋଗୁଁ ଥକ୍କା ଲାଗେ ଓ ସେମାନେ ଚିଡ଼ଚିଡ଼ା ହୁଅନ୍ତି। ଉଭୟ ମାନସିକ ଓ ଶାରୀରିକ ଭାବେ ମହିଳାମାନେ ଅଧିକ କାର୍ଯ୍ୟ କରୁଥିବାରୁ ପୁରୁଷଙ୍କ ତୁଳନାରେ ସେମାନେ ବେଶୀ ସମୟ ବିଶ୍ରାମ ଆବଶ୍ୟକ କରନ୍ତି। ଏହା ବ୍ୟତୀତ ମହିଳାମାନଙ୍କ ଶରୀରରେ ହରମୋନ୍ ପରିବର୍ତ୍ତନ ମଧ୍ୟ ସେମାନଙ୍କର ନିଦ୍ରାର ଗୁଣକୁ ନଷ୍ଟ କରିଥାଏ, ଯେଉଁଥିପାଇଁ ସେମାନଙ୍କୁ ପୁରୁଷଙ୍କ ଅପେକ୍ଷା ଅଧିକ ଶୋଇବା ଆବଶ୍ୟକ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories