www.samajalive.in
Sunday, December 14, 2025
26.1 C
Bhubaneswar

ବରପଲ୍ଲୀରେ ହୋଇଥିବା ଡ୍ରେନ କାର୍ଯ୍ୟ ଅତି ନିମ୍ନ ମାନର ବୋଲି ଅଭିଯୋଗ ଆଣିଲେ ଲୋକେ  

ଗଞ୍ଜାମ : ଗଞ୍ଜାମ ଏନଏସିରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଠିକ ଭାବେ ହେଉ ନଥିବା ଅଭିଯୋଗ ଆଣିଛନ୍ତି ସାଧାରଣଲୋକେ । ଅନେକ ପ୍ରକଳ୍ପ ନିର୍ଦ୍ଧିଷ୍ଟ ସମୟରେ ମଧ୍ୟ ସରୁନାହିଁ । କାର୍ଯ୍ୟରେ ପିସି କାରବାର ଯୋଗୁଁ ବିଭିନ୍ନ ପ୍ରକଳ୍ପ ଗୁଡିକ ଅତି ନିମ୍ନ ମାନର ହେଉଥିବା ନେଇ ଲୋକମାନେ କହିଛନ୍ତି । ଗଞ୍ଜାମ ଏନଏସି ଅନ୍ତର୍ଗତ ୯ ନମ୍ବର ୱାର୍ଡ ବରପଲ୍ଲୀ ଗ୍ରାମରେ ହେଉଥିବା ଡ୍ରେନ ପ୍ରକଳ୍ପ କାର୍ଯ୍ୟରୁ ଏହା ସ୍ପଷ୍ଟ ଭାବେ ବାରି ହୋଇପଡୁଛି ।ଉକ୍ତ ଗ୍ରାମରେ ହୋଇଥିବା ଡ୍ରେନ କାର୍ଯ୍ୟ ନିମ୍ନ ମାନର ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଉକ୍ତ ଡ୍ରେନ ଉପରେ କରାଯାଇଥିବା ଶଙ୍ଖଟି ଠିକ ଭାବେ ହେଉନଥିବା ଫଳରେ ଗ୍ରାମ ମଧ୍ୟକୁ କୌଣସି ୪ ଚକିଆ ଯାନ ଯିବା ଆସିବା କରିବା ସମ୍ଭବ ହୋଇପାରିବ ନାହିଁ ବୋଲି ଲୋକମାନେ ଯୁକ୍ତି ବାଢିଛନ୍ତି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଏନଏସି କନିଷ୍ଠ ଯନ୍ତ୍ରୀ ପ୍ରକଳ୍ପ ତଦାରଖ କରିବାକୁ ଯାଇଥିବାବେଳେ ଗ୍ରାମବାସୀଙ୍କ ପ୍ରଶ୍ନବାଣରେ ଘାଇଲା ହୋଇଥିଲେ । ଗ୍ରାମବାସୀ ଲିଖିତ ଭାବେ ଉକ୍ତ ପ୍ରକଳ୍ପର ମାନ ଯାଞ୍ଚ କରିବା ନେଇ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅପର୍ନା ଡାଙ୍ଗୁଆଁଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏନେଇ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରାଯାଇଥିବା ସୂଚନା ମିଳିଛି ।

- Advertisement -

 

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories