www.samajalive.in
Sunday, December 14, 2025
16.1 C
Bhubaneswar

ପିଲା ଚୋରି ଖବର ଗୁଜବ, ସଚେତନ କଲା ପୁଲିସ

ସାକ୍ଷୀଗୋପାଳ : ଗତ କିଛି ହେବ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ପୁରୀ ଜିଲ୍ଲାରେ ପିଲା ଚୋରି ଖବର ବହୁଳ ଭାବରେ ପ୍ରସାରିତ ହେଉଛି । ଏହି ଖବର ପାଇ ସାଧାରଣ ଲୋକ ଭୟଭୀତ ହୋଇ ରହିଛନ୍ତି । ଏଥିପାଇଁ ଆଜି ସନ୍ଧ୍ୟାରେ ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ଥାନା ଆଇଆଇସି ଉମେଶ ଚନ୍ଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ପୁଲିସ ଟିମ ସତ୍ୟବାଦୀର ସମସ୍ତ ମୁଖ୍ୟ ଛକ ଜାଗା ଓ ଜନଗହଳି ସ୍ଥାନ ମାନଙ୍କରେ ଡାକବାଜି ଯନ୍ତ୍ର ଦ୍ୱାରା ସାଧାରଣ ଲୋକଙ୍କୁ ସଚେତନ କରାଇଛି ।

ପିଲାଚୋରି ଘଟଣା ସମ୍ପୂର୍ଣ୍ଣ ଗୁଜବ, ମିଥ୍ୟା ଓ  ଭିତ୍ତିହୀନ ବୋଲି ଏହି ସଚେତନ ବାର୍ତ୍ତା ମାଧ୍ୟମରେ କୁହାଯାଇଛି । ଯଦି କେହି ଅଜଣା ବ୍ୟକ୍ତି  କୌଣସି ଅଞ୍ଚଳରେ ବୁଲୁଛନ୍ତି କିମ୍ବା ତାଙ୍କର ଗତିବିଧି ସନ୍ଦେହଜନକ ଜଣା ପଡୁଛି ତେବେ ତୁରନ୍ତ ସତ୍ୟବାଦୀ ଥାନାକୁ ଫୋନ ଯୋଗେ ଜଣାଇବା କିମ୍ବା ଜରୁରୀକାଳୀନ ନମ୍ବର ୧୧୨କୁ ଫୋନ କରି ତୁରନ୍ତ ଜଣାଇବା ପାଇଁ ପୁଲିସ ତରଫରୁ ଜନ ସାଧାରଣଙ୍କୁ ଅପିଲ କରାଯାଇଛି । ଏହି ସଚେତନତାରେ ସତ୍ୟବାଦୀ ଥାନା ପକ୍ଷରୁ ସବ ଇନ୍ସପେକ୍ଟର ରମେଶ ଚନ୍ଦ୍ର ନିଶାନ୍ତ, ବିଭୀଷଣ ମାଝୀ ଓ ମହିଳା ଅଧିକାରୀ ପ୍ରିୟତମା ପ୍ରଧାନ ପ୍ରମୁଖ ସାମିଲ ଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories