ଗଞ୍ଜାମ : ଗଞ୍ଜାମ ସହରରେ ଆସନ୍ତା ୨୧ ତାରିଖରୁ ୨୫ ତାରିଖ ମଧ୍ୟରେ ଐତିହାସିକ ଦୋଳଯାତ୍ରା ଅନୁଷ୍ଠିତ ହେବ। ସେଥିପାଇଁ ସମଗ୍ର ସହର ଏକ ପ୍ରକାରଚଳ ଚଞ୍ଚଳ ହୋଇଉଠିଛି। ଯାତ୍ରା ପାଇଁ ସାହି ବାସୀଙ୍କ ପ୍ରସ୍ତୁତି ଜୋର ସୋର ଚାଲିଛି। ଅନ୍ୟ ପଟେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୪ ୱାର୍ଡ ରଘୁନାଥ ସାହିରେ ଡ୍ରେନ ଖୋଳା ହୋଇ ସାହିର ଦକ୍ଷିଣ ପାର୍ଶ୍ୱରେ ସମସ୍ତଙ୍କ ଘର ଆଗରେ ପ୍ରାୟ ୪ଫୁଟର ଗଭୀର ଡ୍ରେନ ଖୋଳି ଘର ସମ୍ମୁଖରେ ମାଟି ଗଦା କରାଯାଇଥିବା ଦେଖିବାକୁ ମିଳିଛି। ଯାତ୍ରା ରହିଥିଲେ ସୁଦ୍ଧା ଘର ଆଗରୁ ମାଟି ବାହାର କରାଯାଉ ନାହିଁ। ଯାହାକୁନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି। ବିଜ୍ଞାପିତ ଅଞ୍ଚଳ ପରିଷଦ ରଏଭଳି ଦାୟିତ୍ୱ ହୀନତା ଏବଂ ଠିକାଦାର ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହେଉଛି ବୋଲି ମତ ପ୍ରକାଶ ପାଉଛି।
ସୂଚନା ଯୋଗ୍ୟ ଯେ ୨୧ ତାରିଖରୁ ଠାକୁର ଦ୍ୱାରଭୋଗ ଖାଇବା ପାଇଁ ସାହି ପରିକ୍ରମା କରିବେ। ଫଳରେ ସହର ରେ ଐତିହାସିକଦୋଳ ଯାତ୍ରା ଭଳି ଉତ୍ସବ ରେ ସାହି ର ଏଭଳି ପରିସ୍ଥିତି ପାଇଁ ଲୋକଙ୍କ ମନରେ ବ୍ୟାଘାତ ସୃଷ୍ଟି ହେଉଛି। ଅନ୍ୟପଟେ ପ୍ରତ୍ୟେକ ପରିବାର କୁ ବନ୍ଧୁ, ବାନ୍ଧବଙ୍କ ଗହଳି ଚହଳି ଲାଗିବ । ଯାତ୍ରା ସମୟରେ ଦିନ ଓ ରାତିରେ ଘରୁ ବାହାରକୁ ଯିବା ଆସିବା ଲାଗି ରହିବ। ଘର ସମ୍ମୁଖରେ ଗର୍ତ୍ତ ରହିବା ଏବଂ ତାହା ପାଇଁ ଘୋଡଣୀ କରାଯାଇଥିବାରୁ ଦୃଘଟଣା ଘଟିବାର ସମ୍ଭାବନା ରହିଛି।
ତେଣୁ ଏନଏସି କର୍ତ୍ୟୁପକ୍ଷ ଦୋଳଯାତ୍ରା ସମୟରେ ଘର ସମ୍ମୁଖରେ ଡ୍ରେନ ଖୋଳା କାର୍ଯ୍ୟକୁ ଅଂଚଳବାସୀ ନାପସନ୍ଦ କରିଛନ୍ତି। ଏନେଇ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା ଙ୍କୁ ଯୋଗ ଯୋଗ କରାଯାଇଥିଲା କିନ୍ତୁ ସେ ଫୋନ ରିସିଭ କରିନଥିଲେ। ଫଳରେ ତାଙ୍କର ପ୍ରତିକ୍ରିୟା ମିଳିଲା ନାହିଁ।



