www.samajalive.in
Sunday, December 14, 2025
19.1 C
Bhubaneswar

ସାଙ୍ଗମାନଙ୍କଠୁ ଗାଡି ମାଗି ଚଲାଉଥିଲେ: ଏଲଭିଶଙ୍କ ପିତା କହିଲେ, ‘ତା ନାଁରେ କୌଣସି ସମ୍ପତ୍ତି ନାହିଁ’

ନୂଆଦିଲ୍ଲୀ : ସାଙ୍ଗମାନଙ୍କଠୁ ଗାଡି ମାଗି ଚଲାଉଥିଲେ ଏଲଭିଶ୍ ଯାଦବ । ଏମିତି ବୟାନ ଦେଇଛନ୍ତି ତାଙ୍କ ବାପା-ମା’ । ୟୁଟ୍ୟୁବର ଏଲଭିଶ୍ ଯାଦବଙ୍କ ସମସ୍ୟା ବଢିବାରେ ଲାଗିଛି । ସାପ ବିଷ କିଣା-ବିକା ମାମଲାରେ ତାଙ୍କୁ ଗିରଫ କରିଛି ନୋଏଡା ପୁଲିସ । ତାଙ୍କୁ ୧୪ ଦିନ ହେପାଜତକୁ ନିଆଯାଇଛି । କିନ୍ତୁ ଗଣମାଧ୍ୟମକୁ ଏଲଭିଶଙ୍କ ପିତା-ମାତା ନିର୍ଦ୍ଦୋଷ ବୋଲି କହିଛନ୍ତି ।

ଏଲଭିଶଙ୍କ ପିତା କହିଛନ୍ତି କି ତାଙ୍କ ପୁଅ ପାଖରେ କୌଣସି ବି ବିଳାସପୂର୍ଣ୍ଣ ଗାଡି ନଥିଲା । ସେ ଗାଡିଗୁଡିକ ଲୋନରେ ଆଣିଛନ୍ତି । ତାଙ୍କ ପାଖରେ ମାତ୍ର ୨ଟି ଗାଡି ଅଛି । ଗୋଟିଏ ଫର୍ଚ୍ୟୁନର ଏବଂ ଅନ୍ୟଟି ଓ୍ବାଗନଆର୍ । ତାଙ୍କ ନାଁରେ କୌଣସି ସମ୍ପତ୍ତି ନାହିଁ । ଜମି ନାଁରେ ତାଙ୍କ ପାଖରେ କେବଳ ଗୋଟିଏ ପ୍ଲଟ୍ । ସେ ସାଙ୍ଗମାନଙ୍କଠୁ ଗାଡି ମାଗି ଆଣନ୍ତି ଏବଂ ଭିଡିଓ କରି ପରେ ଫେରାଇ ଦିଅନ୍ତି । କାହାଠୁ ସେମିତି ମାଗି ଆଣିଥାନ୍ତି ତ ଆଉ କିଛି ଜଣଙ୍କୁ ଦିନକ ପାଇଁ ଭଡା ଦେଇଥାନ୍ତି ।

- Advertisement -

ସେ କୌଣସି ରେଭ୍ ପାର୍ଟିକୁ ଯାଇନାହାଁନ୍ତି ବୋଲି ତାଙ୍କ ପିତା କହିଛନ୍ତି । ସେ ୟୁଟ୍ୟୁବ୍ ଭିଡିଓରୁ ପଇସା କମାନ୍ତି । ସେ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିବାର ଅର୍ଥ ନୁହେଁ କି ସେ ଅପରାଧୀ ବୋଲି ତାଙ୍କ ପିତା କହିଛନ୍ତି । ତେବେ ରିପୋର୍ଟ୍ସ ଅନୁସାରେ ଏଲଭିଶଙ୍କ ମାସିକ ଆୟ ୧୦-୧୫ ଲକ୍ଷ ଟଙ୍କା । ତାଙ୍କ ସମ୍ପତ୍ତି ୪୦ କୋଟି ବୋଲି ଅନୁମାନ କରାଯାଉଛି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories