ପରୀକ୍ଷା ଦେଇ ଫେରୁଥିଲେ ଛାତ୍ରୀ, ରାସ୍ତାରେ ଧକ୍କାଦେଲା ଅଟୋ
ଭଦ୍ରକ: ଭଦ୍ରକ ବାସୁଦେବପୁର ବ୍ଳକ ଅଯୋଧ୍ୟା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଏକ ଅଟୋ ଧକ୍କା ଦେଇଛି। ଗୁରୁତର ଅବସ୍ଥାରେ ଛାତ୍ରୀ ଜଣକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ମୂତାବକ ସ୍କୁତିରେଖା ବେହେରା ନାମକ ଜଣେ ଛାତ୍ରୀ ପରୀକ୍ଷା ଦେବା ପାଇଁ ଅଯୋଧ୍ୟା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଯାଉଥିଲେ। ଏତିକିବେଳେ ଅଯୋଧ୍ୟା ଛକ ନିକଟରେ ଏକ ଅଟୋ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ରାସ୍ତା କଡରୁ ଛିଟିକି ପଡିଥିଲେ। ସ୍କୁତିରେଖାଙ୍କୁ ଧକ୍ା ଦେଇ ଅଟୋଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ସ୍ଥାନୀୟ ଲୋକେ ପ୍ରଥମେ ତାଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Comments are closed.