www.samajalive.in
Monday, December 8, 2025
24.1 C
Bhubaneswar

ଟ୍ରକକୁ ପିଟିଲା ପିକ୍ଅପ୍‌‌ ଭ୍ୟାନ, ଚାଳକ ମୃତ

ଆଠଗଡ : ଆଠଗଡ – ଖୁଣ୍ଟୁଣୀ ୬୫ନମ୍ବର ରାଜ୍ୟ ରାଜପଥର ଦୋରଡ ଓ ଗୋପିନାଥପୁର ମଧ୍ୟବର୍ତ୍ତୀ ଏକ ପେଟ୍ରୋଲ ପମ୍ପ ନିକଟରେ ଛିଡା ହୋଇଥିବା ଏକ ସିମେଣ୍ଟ ବୋଝେଇ ଟ୍ରକର ସମ୍ମୁଖ ପଟରୁ ଏକ ପିକ୍‌‌ଅପ୍‌‌ ଭ୍ୟାନ ଧକ୍କା ଦେବା ଫଳରେ ପିକ୍‌‌ଅପ୍‌‌ ଚାଳକ ମୃତ୍ୟୁବରଣ କରିଥିବା ଜଣାପଡିଛି। ଅପରାହ୍ନ ପ୍ରାୟ ୧.୩୦ମିନିଟ ସମୟରେ ଖାଲି ପ୍ଲାଷ୍ଟିକ ଡ୍ରମ୍‌‌ ବୋଝେଇ କରି ଆଠଗଡ ପଟକୁ ଆସୁଥିବା ପିକ୍‌‌ଅପ୍‌‌ ଭ୍ୟାନଟି ରାସ୍ତା କଡରେ ଛିଡା ହୋଇଥିବା ଟ୍ରକ୍‌‌କୁ ସମ୍ମୁଖରୁ ପିଟି ଥିଲା।
ବଡମ୍ବା ବନମାଳିପୁରର ତ୍ରିଲୋଚନ ସାହୁ (୫୨) ନାମକ ପିକ୍‌‌ଅପ୍‌‌ ଭ୍ୟାନର ଚାଳକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆଠଗଡ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ସେ ମୃତ୍ୟୁବରଣ କରିଥିବା ଜଣାପଡିଛି। ପୁଲିସ ଦୁର୍ଘଟଣାଗସ୍ତ ଦୁଇ ଗାଡିକୁ ଜବତ କରିଥିଲା। ଏଥି ସହିତ ଚାଳକର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଆଠଗଡ ଡାକ୍ତରଖାନାରେ ସଂରକ୍ଷିତ ରଖିଥିବା ବେଳେ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories