www.samajalive.in
Sunday, December 14, 2025
26.1 C
Bhubaneswar

ବିପୁଳ ପରିମାଣରେ ନିଶା ବଟିକା ଜବତ, ୨ ଗିରଫ

କଣ୍ଟାବାଞ୍ଜି : ତୁରେକେଲା ପୁଲିସ ରବିବାର ସନ୍ଧ୍ୟାରେ ଲାଠୋର ରାସ୍ତା ଲାଂଥ ନଦୀ ପୋଲ ନିକଟରେ ନାକାବନ୍ଦୀ କରି ଯାଞ୍ଚ କରୁଥିଲା । ଏହି ସମୟରେ ଲାଠୋର ପଟୁ ତୁରେକେଲା ଆଡକୁ ଆସୁଥିବା ମାରୁତି ସୁଜୁକି ଏବଂ କାର ଆଗରେ ଆପଚି ବାଇକ ଅଟକାଇ ଯାଞ୍ଚ ସମୟରେ ସେଥିରୁ ବିପୁଳ ପରିମାଣରେ ନିଶା ବଟିକା, କଫ ସିରଫ ମିଳିଥିଲା । କାର ଓ ବାଇକ ଜବତ ସହ ୨ ଜଣଙ୍କୁ ଅଟକ ରଖି ତଦନ୍ତ ପରେ ସେମାନେ ପାଟଣାଗଡ ଅଞ୍ଚଳର କ୍ଷମାନିଧି ମେହେର ଏବଂ ତୁରେକେଲା ଥାନା ଅନ୍ତର୍ଗତ ମଳିକ ଦୋର ଗାଁର ବନମାଳୀ ଖରସେଲ ବୋଲି ଜଣାପଡିଛି ।  ସେମାନଙ୍କ ଠାରୁ ୬୬୦୦ ନିଶା ବଟିକା ଓ ୫୫  ବୋତଲ କୋଡିନ ମିଶା କଫ ସିରଫ ସହ ୨ଟି ମୋବାଇଲ ଏବଂ ତାଙ୍କ ପାଖରେ ଥିବା ୨୬୦୦ ଟଙ୍କା ଜବତ ହୋଇଛି । ଉଭୟଙ୍କୁ ଆଜି ସନ୍ଧ୍ୟାରେ କଣ୍ଟାବାଞ୍ଜି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟକୁ ଚାଲାଣ କରିଥିବା କଣ୍ଟାବାଞ୍ଜି ପୁଲିସ ଏସଡ଼ିପିଓ ଗୌରାଙ୍ଗ ଚରଣ ସାହୁ ସୂଚନା ଦେଇଛନ୍ତି ।

 

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories