www.samajalive.in
Sunday, December 14, 2025
16.1 C
Bhubaneswar

ନିମ୍ନମାନର ରାସ୍ତାକାମ, ୨୪ଘଣ୍ଟା ନପୁରୁଣୁ ଉଠିଗଲା ପିଚୁ

ଗୁରୁଡିଝାଟିଆ: ଠକିବାର ସୀମା ପାର ହୋଇଗଲା। ଯାହାକୁ ଜଳଜଳ ହୋଇ ଦେଖିଲେ ସ୍ଥାନୀୟ ଜନସାଧାରଣ। ଠିକାଦାରଙ୍କ ହୀନ ମସୁଧା ପଦାରେ ପଡିଲା। ୨୪ଘଣ୍ଟା ନପୁରୁଣୁ ନୂଆକରି ରାସ୍ତା ଉପରେ ବିଛାଯାଇଥିବା ପିଚୁ ପରସ୍ତ ପରସ୍ତ ହୋଇ ଉଠିଗଲା। ସ୍ଥାନୀୟ ଜନସାଧାରଣ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନନ୍ତି। ଏଭଳି ଦୃଶ୍ୟ ଗୁରୁଡିଝାଟିଆ ଅଞ୍ଚଳର ଗୋଟିଏ ସ୍ଥାନରେ ନୁହେଁ ଏକାଧିକ ସ୍ଥାନରେ ଦେଖିବାକୁ ମିଳିଛି।

ଖୁଣ୍ଟୁଣୀ ଥାନା ଅନ୍ତର୍ଗତ କୃଷ୍ଣପୁର ସଡକସାହିରୁ ପାଦପଥରକୁ ଯାଇଥିବା ରାସ୍ତାଟି ମରାମତି ସହିତ ନୂତନ ପିଚୁ କରାଯାଉଅଛି। ଏଥିପାଇଁ ଠିକାଦାରଙ୍କୁ କାର୍ଯ୍ୟାଦେଶ ମଧ୍ୟ ଦିଆଯାଇଛି। ହେଲେ ଠିକାଦାରଙ୍କ ହୀନ ମାନସିକତା ଓ ରାସ୍ତା କାର୍ଯ୍ୟକରିବାର ଶୈଳୀ ତୃଟିପୂର୍ଣ୍ଣ ହୋଇଥିବାରୁ ରାସ୍ତା ଉପରେ ବିଛାଯାଇଥିବା ପିଚୁ ପରସ୍ତ ପରସ୍ତ ହୋଇ ଉଠିଗଲାଣି। ଏହାକୁ ଦେଖି ସ୍ଥାନୀୟ ବାସିନ୍ଦା ତଦନ୍ତ ଦାବି କରିଛନ୍ତି।

- Advertisement -

ଅନୁରୂପ ଭାବେ ଗୁରୁଡିଝାଟିଆ ମେଡିକାଲ ଛକରୁ ଓରନ୍ଦାକୁ ସଂଯୋଗ କରୁଥିବା ରାସ୍ତାରେ ମଧ୍ୟ ଏହି ସ୍ଥିତି ଦେଖିବାକୁ ମିଳିଛି। ରାସ୍ତା ଓ କୋଠାବାଡି ବିଭାଗ ଅଧିନରେ ରାସ୍ତାଟିକୁ ଉନ୍ନତିକରଣ ସହିତ ନୂତନ ପିଚୁ କରାଯାଉଅଛି। ହେଲେ ଠିକାଦାରଙ୍କ ଅତ୍ୟଧିକ ଲାଭଖୋର ମନବୃତ୍ତି ପାଇଁ ୨୪ଘଣ୍ଟା ନପୁରୁଣୁ ପରସ୍ତ ପରସ୍ତ ହୋଇ ପିଚୁ ଉଠିଯିବାର ଦେଖାଯାଉଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ତେଣୁ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେବା ପାଇଁ ସାଧାରଣରେ ଦାବି ହୋଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories