www.samajalive.in
Thursday, December 11, 2025
14.1 C
Bhubaneswar

୨୦୨୩ ସରସ୍ୱତୀ ସମ୍ମାନ ପାଇବେ ବିଶିଷ୍ଟ କବି ପ୍ରଭା ବର୍ମା

ଡେସ୍କ: ପ୍ରସିଦ୍ଧ କବି ପ୍ରଭା ବର୍ମା ମାଲାୟାଲମ ଭାଷାରେ ଉଲ୍ଲେଖନୀୟ କୃତ୍ତି ନିମନ୍ତେ ୨୦୨୩ ବର୍ଷ ପାଇଁ ସରସ୍ୱତୀ ସମ୍ମାନ ପାଇବେ। ତାଙ୍କର ମାଲାୟାଲମ ଭାଷାର କବିତା କୃତି ‘ରୁଦ୍ର ସାଥୱିକମ୍’ ଏବଂ ୨୦୧୩ରୁ ୨୦୨୨ ମଧ୍ୟରେ ସାହିତ୍ୟରେ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଏହି ସମ୍ମାନରେ ପ୍ରଶଂସାପତ୍ର, ଫଳକ ଓ ପନ୍ଦର ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଛି।

କୋଲକାତାରେ ନିର୍ମାଣାଧୀନ କୋଠା ଭୁଶୁଡ଼ି ୭ ମୃତ, କଠୋର କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେଲେ ମମତା

- Advertisement -

୨୦୨୨ ମସିହାରେ ପ୍ରକାଶିତ ମାଲାୟାଲମ ଭାଷାରେ ପ୍ରଭା ବର୍ମାଙ୍କ ଏକ କବିତା କୃତି ହେଉଛି ରୁଦ୍ର ସାଥୱିକମ୍। ଏଠିରେ କ୍ଷମତା ଓ ରାଜନୀତି, ବ୍ୟକ୍ତିଗତ ଓ ରାଜ୍ୟ, କଳା ଓ କ୍ଷମତା ମଧ୍ୟରେ ସଂଘର୍ଷକୁ ନିଆରା ଢଙ୍ଗରେ ବର୍ଣ୍ଣନା କରାଯାଇଛି।

୧୯୫୯ ମସିହା ମେ’ ୩୦ରେ ଜନ୍ମ ଗ୍ରହଣ କରିଥିବା ପ୍ରଭା ବର୍ମା ଏକାଧାରରେ ଜଣେ କବି, ଗୀତିକାର, ସାମ୍ବାଦିକ ଏବଂ ଟେଲିଭିଜନ ଉପସ୍ଥାପକ ଅଟନ୍ତି ଯିଏ କି ମାଲାୟଲମ ସିନେମାରେ ତାଙ୍କର କାର୍ଯ୍ୟ ପାଇଁ ଜଣାଶୁଣା। ସେ ୧୦ଟି କବିତା ସଂକଳନ, ୩ଟି ଉପନ୍ୟାସ, ସମସାମୟିକ ସାମାଜିକ-ରାଜନୈତିକ ପରିବେଶ ଓ ସାହିତ୍ୟ ଉପରେ ୬ଟି ପୁସ୍ତକ, ସମାଲୋଚନାରେ ୬ଟି ପ୍ରବନ୍ଧ ସଂକଳନ, ଗଣମାଧ୍ୟମ ଉପରେ ଅଧ୍ୟୟନ, ଏକ ଭ୍ରମଣ କାହାଣୀ ଓ ଏକ ଉପନ୍ୟାସ ଇଂରାଜୀ ଭାଷାରେ ପ୍ରକାଶିତ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories