www.samajalive.in
Wednesday, December 10, 2025
26.1 C
Bhubaneswar

ସିଏପିଏଫ୍ ଏବଂ ଏସ୍ଏପିଏଫ୍ ଗୁରୁତ୍ବପୂର୍ଣ୍ଣ ବୈଠକ: ଷ୍ଟ୍ରଙ୍ଗ୍ ରୁମରେ କଡା ସୁରକ୍ଷା ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳାର ସହ ମତଦାନ

ଭୁବନେଶ୍ୱର : ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ (ସିଏପିଏଫ୍) ଏବଂ ରାଜ୍ୟ ସଶସ୍ତ୍ର ବାହିନୀ(ଏସ୍ଏପିଏଫ୍) ମୁତୟନ ସଂପର୍କରେଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ରାଜ୍ୟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ, ଅତିରିକ୍ତ ନିର୍ବାଚନ ଅଧିକାରୀ ଡଃ. ଏନ୍.ଥିରୁମାଳା ନାଏକ, ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀଙ୍କ ସମେତ ରାଜ୍ୟ ପୁଲିସ୍ ପ୍ରଶାସନର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

- Advertisement -

ବିଭିନ୍ନ ପର୍ୟ୍ୟାୟରେ ଓଡିଶାରେ ହେବାକୁ ଥିବା ସାଧାରଣ ନିର୍ବାଚନ-୨୦୨୪ପରିପ୍ରେକ୍ଷୀରେ ଜିଲ୍ଲାଗୁଡିକରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୁଲିସ୍ ମୁତୟନ କିପରି ରହିବ, ସେ ସଂପର୍କରେ ବୈଠକରେ ବିଶଦ୍ ଆଲୋଚନା କରାଯାଇଛି ।ଇଭିଏମ୍ କମିଶନିଂ ଠାରୁ ଆରମ୍ଭ କରି ଷ୍ଟ୍ରଙ୍ଗ୍ ରୁମରେ କଡା ସୁରକ୍ଷା ବ୍ୟବସ୍ଥା ଏବଂ ମତଦାନ ଦିବସଗୁଡ଼ିକରେ ନିର୍ବାଚନ ଯେପରି ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେବ, ସେଥିପାଇଁ ପୁଲିସ୍ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା ଗ୍ରହଣ ନେଇ ବୈଠକରେ ଆଲୋଚନା କରାଯାଇଥିଲା ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories