www.samajalive.in
Sunday, December 7, 2025
26.1 C
Bhubaneswar

ବାସ୍ତୁ : ଅନ୍ୟ ଠାରୁ ଲୁଣ,ଛୁଞ୍ଚି ମାଗିକି ଆଣୁଛନ୍ତି କି?

ବାସ୍ତୁ ନିୟମର ପାଳନ କରିବା ଦ୍ୱାରା ଘରେ ସୁଖସମୃଦ୍ଧି ଓ ସମ୍ପନ୍ନତା ଆସିଥାଏ। ଯାହାକି ସଭିଁଙ୍କ ଜୀବନରେ ବେଶ ମହତ୍ତ୍ୱପୂର୍ଣ୍ଣ। ବାସ୍ତୁ ଶାସ୍ତ୍ରରେ ଏପରି କେତେକ ଜିନିଷ ବିଷୟରେ ବର୍ଣ୍ଣନା କରାଯାଇଛି,ଯାହାକୁ ମାଗଣାରେ ଆଣିବା ଦ୍ୱାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ।
ମାଗଣାରେ ଏହି ଜିନିଷ ଆଣିବା ଦ୍ୱାରା କାଙ୍ଗାଳ କରିଥାଏ। ଘରେ ଆର୍ଥିକ ସମସ୍ୟା ଲାଗି ରହିଥାଏ।
ଜାଣନ୍ତୁ ସେହି ସମସ୍ତ ଜିନିଷ ବିଷୟରେ ଯାହାକୁ କଦାପି ମାଗଣାରେ ଆଣିବା ଉଚିତ୍‌‌ ନୁହେଁ।
ବାସ୍ତୁ ଶାସ୍ତ୍ର ଅନୁଯାୟୀ ଲୁଣ ଶନିଙ୍କ ସହ ସମ୍ବନ୍ଧିତ। ତେଣୁ ଏହାକୁ କଦାପି ମାଗଣାରେ ଆଣନ୍ତୁ ନାହିଁ। ଏହାଦ୍ୱାରା ଜୀବନରେ ସର୍ବଦା ଧନର ଅଭାବ ଲାଗି ରହିଥାଏ। ଅନେକଙ୍କ ଅଭ୍ୟାସ ଲୁଣ ଶେଷ ହୋଇଗଲେ ପଡୋଶୀ ଠାରୁ ମାଗିକି ଆଣନ୍ତି। ମାତ୍ର ଏହି ଭୁଲ୍‌‌ କରନ୍ତୁ ନାହିଁ।
ସେହିଭଳି ମାଗଣାରେ କିମ୍ବା ଅନ୍ୟ କାହାରିଠାରୁ ଛୁଞ୍ଚି ମାଗିକରି ଆଣି ବ୍ୟବହାର କରନ୍ତୁ ନାହିଁ। ଏହାଦ୍ୱାରା ଜୀବନରେ ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।
ମାଗଣାରେ କଦାପି ରୁମାଲ ମାଗି କରି ଆଣନ୍ତୁ ନାହିଁ। ଅନ୍ୟ ଠାରୁ ରୁମାଲ ଆଣି ବ୍ୟବହାର କରିବା ଦ୍ୱାରା ଘରେ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଲୁହାର ସମ୍ବନ୍ଧ ଶନି ଓ ରାହୁଙ୍କ ସହ ଜଡିତ। ଲୁହା ମାଗଣାରେ ବ୍ୟବହାର କରିବା ଦ୍ୱାରା ଘରେ ସର୍ବଦା ଆର୍ଥିକ ସମସ୍ୟା ଲାଗି ରହିଥାଏ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories