www.samajalive.in
Sunday, December 14, 2025
26.1 C
Bhubaneswar

ପଲିଟେକ୍‌‌ନିକ୍‌‌ ଅତିଥି ଅଧ୍ୟାପକଙ୍କ ଭବିଷ୍ୟତ ଅନ୍ଧାରରେ 

କେନ୍ଦୁଝରଗଡ଼: ସରକାର ବୈଷୟିକ ଶିକ୍ଷାକୁ ଗୁରୁତ୍ୱ ଦେଇ ସମଗ୍ର ରାଜ୍ୟରେ ପଲିଟେକନିକ୍‌‌ କଲେଜ ପ୍ରତିଷ୍ଠା କରିଛନ୍ତି। ଉକ୍ତ ଅନୁଷ୍ଠାନରେ ବର୍ଷ ବର୍ଷ ଧରି ଶିକ୍ଷାଦାନ କରି ଆସୁଥିବା ବୈଷୟିକ ଡିଗ୍ରୀଧାରୀ ଅତିଥି ଅଧ୍ୟାପକ ଓ ପରୀକ୍ଷାଗାର ସହଯୋଗୀ କର୍ମଚାରୀଙ୍କୁ ଏପର୍ଯ୍ୟନ୍ତ ନିୟମିତ କରାଗଲାନାହିଁ। ଏହି ଅତିଥି ଅଧ୍ୟାପକ ଓ ପରୀକ୍ଷାଗାର ସହଯୋଗୀ କର୍ମଚାରୀଙ୍କୁ ନିୟମିତ ବେତନ ପ୍ରଦାନ ନକରିବା, ବେତନ ବୃଦ୍ଧି ପରିବର୍ତ୍ତେ ହ୍ରାସ କରାଯିବା ସମ୍ପୂର୍ଣ୍ଣ ଅସାମ୍ବିଧାନିକ ବୋଲି ଓଡ଼ିଶା ଖଣି ଓ ଯାନ୍ତ୍ରିକ ବିଦ୍ୟାଳୟ କେନ୍ଦୁଝରର ଅତିଥି ଅଧ୍ୟାପକ କ୍ଷୋଭର ସହ ଅଭିଯୋଗ କରିଛନ୍ତି। କାର୍ଯ୍ୟର ପ୍ରମାଣପତ୍ର ମୂଲ୍ୟହୀନ ଥିବାରୁ କୌଣସି କ୍ଷେତ୍ରରେ ଏହାର ସଦୁପଯୋଗ ହୋଇପାରୁନାହିଁ। ଫଳରେ ରାଜ୍ୟର ସମସ୍ତ ପଲିଟେକ୍‌‌ନିକ୍‌‌ କଲେଜମାନଙ୍କରେ କାର୍ଯ୍ୟରତ ଅତିଥି ଅଧ୍ୟାପକ ଓ ପରୀକ୍ଷାଗାର ସହଯୋଗୀ କର୍ମଚାରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶିକ୍ଷାଦାନ ବ୍ୟତୀତ ପରୀକ୍ଷା ଖାତା ମୂଲ୍ୟାୟନ ସହ କଲେଜ ପରିଚାଳନାରେ ମଧ୍ୟ ଏହି ଅତିଥି ଅଧ୍ୟାପକ ଅଧ୍ୟାପିକା ସହଯୋଗ କରିଆସୁଥିଲେ ସୁଦ୍ଧା ଏମାନଙ୍କ ପ୍ରତି ସରକାର କ୍ରମାଗତ ଭାବେ ଅଣଦେଖା କରି ଆସୁଥିବା ଓଡ଼ିଶା ଖଣି ଓ ଯାନ୍ତ୍ରିକ ବିଦ୍ୟାଳୟ କେନ୍ଦୁଝରର ବହୁ ଅତିଥି ଅଧ୍ୟାପକ ଅଧ୍ୟାପିକା ଅଭିଯୋଗ କରି ଆସୁଛନ୍ତି। ସରକାର ସେମାନଙ୍କ ଦୀର୍ଘବର୍ଷର ୫ଦଫା ଦାବିକୁ ତୁରନ୍ତ ପୂରଣ କରିବାକୁ ଦାବି କରିଛନ୍ତି।

 

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories