www.samajalive.in
Saturday, December 6, 2025
26.1 C
Bhubaneswar

ମୃତ୍ୟୁ ପୂର୍ବରୁ ଘଟେ ଏହି ୪ଟି ରହସ୍ୟମୟ ଘଟଣା..

ମୃତ୍ୟୁ ଏକ ଅଟଳ ସତ୍ୟ। ପୃଥିବୀ ପୃଷ୍ଠରେ ଜନ୍ମ ନେଇଥିବା ପ୍ରତ୍ୟେକ ପ୍ରାଣୀଙ୍କ ଦିନେ ନା ଦିନେ ମୃତ୍ୟୁ ନିଶ୍ଚିତ। ତେବେ କେହି ମଧ୍ୟ ଜାଣନ୍ତି ନାହିଁ ମୃତ୍ୟୁ ପରେ କ’ଣ ଘଟେ। ମାତ୍ର କିଛି ଲୋକେ ଏହା ଦାବି କରନ୍ତି ଯେ, ମୃତ୍ୟୁ ପରର ଦୁନିଆ ଦେଖିବା ପରେ ସେମାନେ ପୁଣି ଫେରି ଆସିଛନ୍ତି। ସେହିଭଳି ଦୁନିଆରେ ଏଭଳି ମଧ୍ୟ କିଛି ଲୋକେ ଅଛନ୍ତି, ମୃତ୍ୟୁ ପୂର୍ବରୁ ଘଟୁଥିବା କିଛି ରହସ୍ୟମୟ ଘଟଣା ଓ ଦେଖା ଯାଉଥିବା ଭିନ୍ନ ଭିନ୍ନ ଘଟଣା ବିଷୟରେ କହିଥାଆନ୍ତି। ଏଭଳି ହିଁ କିଛି ଦାବି ଆମେରିକାରେ ବାସ କରୁଥିବା ଜଣେ ନର୍ସ କରିଛନ୍ତି। ସେଭଳି କିଛି ଘଟଣା ବିଷୟରେ ଜାଣନ୍ତୁ ଯାହା ମୃତ୍ୟୁ ପୂର୍ବରୁ ଦେଖାଯାଇଥାଏ।
ସୂଚନାନୁଯାୟୀ, ନର୍ସ ଜଣକ ସୋସିଆଲ ମିଡିଆ ଜରିଆରେ କହିଛନ୍ତି, ବ୍ୟକ୍ତି ଜଣକ ନିଜ ପ୍ରିୟଜନଙ୍କୁ ଦେଖନ୍ତି, ଯେ କି ପୂର୍ବରୁ ମୃତ୍ୟୁ ବରଣ କରି ସାରିଛନ୍ତି। କିମ୍ବା ମୃତ୍ୟୁର କିଛି ଦିନ ପୂର୍ବରୁ ତାଙ୍କ ସହ କଥାବାର୍ତ୍ତା କରିଛନ୍ତି। ନର୍ସ ଜଣକ କହିଛନ୍ତି, ଏହା ବାସ୍ତବିକ ଘଟଣା।
ନର୍ସ ଜଣକ କହିଛନ୍ତି, ଟର୍ମିନଲ ଏସିଡିଟି ‘ଯାହାକି ସମସ୍ତ ରୋଗୀ ମାନଙ୍କ ମଧ୍ୟରୁ ୩୦ ପ୍ରତିଶତଙ୍କ ମଧ୍ୟରେ ଦେଖାଯାଏ। ଏଥିରେ କାହାର ମୃତ୍ୟୁ ପୂର୍ବରୁ ଏକ ପ୍ରକାର ଶକ୍ତି ଦେଖାଯାଏ। ଯଦି କେହି ଅଧିକ ରୋଗଗ୍ରସ୍ତ ରହିଛନ୍ତି, କିଛି ଦିନ ମଧ୍ୟରେ ଏହି ଶକ୍ତି ଦେଖାଯାଏ। ଏହାପରେ ତାଙ୍କ ମୃତ୍ୟୁ ହୋଇଥାଏ। ମାତ୍ର କିଛି ରୋଗୀଙ୍କ କ୍ଷେତ୍ରରେ ଏପରି କେଉଁ କାରଣରୁ ହୋଇଥାଏ,ତାହା କେହି ଜାଣନ୍ତି ନାହିଁ।
ଅନେକ ସମୟରେ ଆଉ ଏକ ଘଟଣା ଘଟିଥାଏ, ଯେ ବ୍ୟକ୍ତି ମୃତ୍ୟୁ ପୂର୍ବରୁ ହିଁ ଅନୁଭବ କରିଥାଏ ,ଅନ୍ୟତ୍ର ଚାଲି ଯାଇଛି ଓ ଭିନ୍ନ ଭିନ୍ନ ଲୋକଙ୍କୁ ଦେଖୁଛି।
ନର୍ସ ଜଣକ ଭିଡିଓ ଜରିଆରେ କହିଛନ୍ତି, ଯେତେବେଳେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଏ, ତାଙ୍କ ଆଖି କୌଣସି କୋଣ କିମ୍ବା କକ୍ଷର କୌଣସି ଏକ ସ୍ଥାନରେ ଏକ ଲୟରେ ରହିଥାଏ। ଅନେକ ସମୟରେ ଦେଖାଯାଏ ବ୍ୟକ୍ତି ଜଣକ ମନକୁ ମନ ହସୁଥାଆନ୍ତି ଏହାସହ ନିକଟରେ ଥିବା ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ମଧ୍ୟ କରିଥାଆନ୍ତି। ମାତ୍ର ସେମାନେ ଗୋଟିଏ ସ୍ଥାନକୁ ହିଁ ଦେଖିଥାଆନ୍ତି।
ନର୍ସଙ୍କ ଭିଡିଓ ଦେଖିବା ପରେ ଅନେକ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି।

 

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories