www.samajalive.in
Sunday, December 14, 2025
26.1 C
Bhubaneswar

‘ମୁଁ ନ ଜିତିଲେ ଆମେରିକାରେ ରକ୍ତନଦୀ ବହିବ’

ୱଶିଂଟନ୍‌: ନଭେମ୍ବରରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଡେମୋକ୍ରାଟିକ୍‌ ପାର୍ଟିରୁ ଜୋ ବାଇଡେନ୍‌ ଓ ରିପବ୍ଲିକାନ୍‌ ପାର୍ଟିରୁ ଡୋନାଲ୍ଡ ଟ୍ରମ୍ପ ପ୍ରାର୍ଥିତ୍ବ ଦୌଡ଼ରେ ଆଗୁଆ ଅଛନ୍ତି। ଉଭୟ ନିଜ ଦଳରୁ ପ୍ରାର୍ଥୀ ହେବା ପ୍ରାୟ ନିଶ୍ଚିତ ହୋଇଗଲାଣି। ଟ୍ରମ୍ପ ନିଜ ସପକ୍ଷରେ ଜୋର୍‌ଦାର କ୍ଷେତ୍ର ପ୍ରସ୍ତୁତ କରୁଥିବାବେଳେ ଶନିବାର ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ୨୦୨୦ରେ ସେ ବାଇଡେନ୍‌ଙ୍କଠାରୁ ପରାଜିତ ହେବା ପରେ ସହଜରେ ଗାଦି ଛାଡ଼ିବାକୁ ପ୍ରସ୍ତୁତ ନଥିଲେ। ଏଥିପାଇଁ ତାଙ୍କ ସମର୍ଥକମାନେ ପ୍ରବଳ ହିଂସାକାଣ୍ଡ ଭିଆଇଥିଲେ। ଗତ ପରାଜୟ ପାଇଁ ଟ୍ରମ୍ପ ବାଇଡେନ୍‌ଙ୍କୁ ଦୋଷ ଦେବା ସହ ସେ ଜାଲିଆତି କରି ନିର୍ବାଚନ ଜିତିଥିଲେ ବୋଲି ଅଭିଯୋଗ କରିଛନ୍ତି।

ଡେଟନ୍‌ଠାରେ ଏକ ଜନସମାବେଶକୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି ଯେ, ସେ ନିର୍ବାଚତ ନହେଲେ ଆମେରିକୀୟ ଗଣତନ୍ତ୍ରର ଅନ୍ତ ଘଟିବା ନିଶ୍ଚିତ। କେବଳ ସେତିକି ନୁହେଁ; ଆଗାମୀ ନିର୍ବାଚନରେ ସେ ବିଜୟୀ ନହେଲେ ଆମେରିକାରେ ରକ୍ତପାତ ଘଟିବ ଏବଂ ସାରା ଦେଶରେ ରକ୍ତର ନଦୀ ବହିବ ବୋଲି ଚେତାବନୀ ଦେଇଛନ୍ତି। ରିପବ୍ଲିକାନ୍‌ ବିଜୟୀ ନହେଲେ ଦେଶରେ ଆଉ କେବେ ନିର୍ବାଚନ ହେବ ନାହିଁ ବୋଲି ଟ୍ରମ୍ପ ସମର୍ଥକମାନଙ୍କୁ ଚେତାଇ ଦେଇଛନ୍ତି। ବିଭିନ୍ନ ଗଣମାଧ୍ୟମରେ ତାଙ୍କର ଏହି ବିବାଦୀୟ ମନ୍ତବ୍ୟ ପ୍ରକାଶ ପାଇବା ପରେ ଟ୍ରମ୍ପ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ନିଜର ସଫେଇ ଦେଇଛନ୍ତି। ଆମେରିକାର ଯାନବାହନ ଶିଳ୍ପ ଓ ଅର୍ଥନୈତିକ ​କ୍ଷେତ୍ର ଯେଉଁ ଭଳି ପ୍ରତିଯୋଗିତାର ସମ୍ମୁଖୀନ ହୋଇଛି ଏବଂ ବିଦେଶୀ ଯାନବାହନ କମ୍ପାନୀଙ୍କ ପ୍ରାଧାନ୍ୟ ବଢ଼ିଛି ତାହାକୁ ଲକ୍ଷ୍ୟ କରି ସେ ଏଭଳି କହିଥିବା ଟ୍ରମ୍ପ ପ୍ରକାଶ କରିଛନ୍ତି। ତାଙ୍କ ମନ୍ତବ୍ୟକୁ ନକାରାତ୍ମକ ଭାବେ ପ୍ରଚାର କରାନଯାଉ ବୋଲି ଟ୍ରମ୍ପ କହିଛନ୍ତି। ୨୦୨୧ ଜାନୁୟାରୀ ୬ରେ ଟ୍ରମ୍ପଙ୍କ ସମର୍ଥକମାନେ ଆମେରିକା ‘କ୍ୟାପିଟଲ’ ସମ୍ମୁଖରେ ପ୍ରବଳ ହିଂସାକାଣ୍ଡ ଘଟାଇଥିଲେ। ଜେଲ୍‌ରେ ଭେଟିବାବେଳେ ଟ୍ରମ୍ପ ଏହାର ଅଭିଯୁକ୍ତମାନଙ୍କୁ ‘ରାଷ୍ଟ୍ରଭକ୍ତ’ ବୋଲି ବର୍ଣ୍ଣନା କରିବା ସହ ସରକାର ସେମାନଙ୍କୁ ପଣବନ୍ଦୀ କରିଥିବା ଅଭିଯୋଗ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories