www.samajalive.in
Saturday, December 6, 2025
16.1 C
Bhubaneswar

ନନ୍ଦନକାନନକୁ ଆସିଲେ ଦୁଇ ପ୍ରଜାତିର ଦୁଇ ଜନ୍ତୁ

ନନ୍ଦନକାନନ : ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଶନିବାର ରାତିରେ ଦୁଇ ପ୍ରଜାତିର ଦୁଇ ଜନ୍ତୁ ଆସିଛନ୍ତି। ହାଇଦ୍ରାବାଦର ଏକ ଘରୋଇ ସଂସ୍ଥାର କ୍ବାରେଣ୍ଟାଇନରୁ ଗୋଟିଏ ଅଣ୍ଡିରା ଓ୍ବାଲାବି ଓ ଗୋଟିଏ ମାଈ ଲିଭିଙ୍ଗଷ୍ଟୋନ ଟୁରାକୋ ଉପହାର ସ୍ବରୂପ ପ୍ରାଣୀଉଦ୍ୟାନକୁ ଅଣାଯାଇଛି। ଏମାନଙ୍କୁ ପ୍ରାଣୀଉଦ୍ୟାନର ଚିକିତ୍ସକଙ୍କ ଦ୍ବାରା ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ କ୍ବାରେଣ୍ଟାଇନରେ ରଖାଯାଇଛି ବୋଲି ନନ୍ଦନକାନନର ଜନ୍ତୁ ବିଭାଗର ଜଣେ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟଯେ,ଗତ ୨୦୨୩ ଡିସେମ୍ବର ୨୨ରେ ନନ୍ଦନକାନନ କର୍ତ୍ତୃପକ୍ଷ ଏହି ଘରୋଇ ସଂସ୍ଥାରୁ ଗୋଟିଏ ମାଈ ଅଣ୍ଡିରା ଓ୍ବାଲାବି ଓ ଗୋଟିଏ ମାଈ ଅଣ୍ଡିରା ଲିଭିଙ୍ଗଷ୍ଟୋନ ଟୁରାକୋ କ୍ରୟକରି ପ୍ରାଣୀଉଦ୍ୟାନକୁ ଆଣିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମେ ଗୋଟିଏ ଲିଭିଙ୍ଗଷ୍ଟୋନ ଟୁରାକୋ ଓ ପରେ ଗତ ୧୧ତାରିଖରେ ଗୋଟିଏ ଅଣ୍ଡିରା ଓ୍ବାଲାବି ମୃତ୍ୟୁ ଘଟିଥିଲା। ଦୁଇ ଜନ୍ତୁଙ୍କର ମୃତ୍ୟୁ ପରେ ନନ୍ଦନକାନନ କର୍ତ୍ତୃପକ୍ଷ ହାଇଦ୍ରାବାଦ ଘରୋଇ ସଂସ୍ଥା ସହ କଥାହେବା ପରେ ସେଠାକାର ସଂସ୍ଥା ନନ୍ଦନକାନନରେ ମୃତ୍ୟୁ ଘଟିଥିବା ଦୁଇ ଜନ୍ତୁଙ୍କ ବଦଳରେ ଉପହାର ଭାବେ ପୁଣି ଗୋଟିଏ ଓ୍ବାଲାବି ଓ ଗୋଟିଏ ଲିଭିଙ୍ଗଷ୍ଟୋନ ଟୁରାକୋ ଦେଇଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories