www.samajalive.in
Sunday, December 14, 2025
26.1 C
Bhubaneswar

ମଦ ଦୋକାନରେ ମାରପିଟ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ 

ଗୋପାଳପୁର : ଗୋପାଳପୁର ପୁଲିସ ପକ୍ଷରୁ ଗତ ଗୁରୁବାର ସନ୍ଧ୍ୟା ପ୍ରାୟ ୮ଟା ସମୟରେ ତେର ଗଞ୍ଜୁ ଦେଶୀ ମଦ ଦୋକାନ ନିକଟରେ ମାରପିଟ ମାମଲାରେ ଆଜି ଅଟକ ରହିଥିବା ଦୁଇ ଜଣକୁ  କୋର୍ଟ ଚାଲାଣ କରାଯାଇଛି  । ଅଭିଯୁକ୍ତ ମାନେ ଗଞ୍ଜୁ ଗ୍ରାମର ନାରାୟଣ ଦାସ, ପ୍ରଦୀପ ଦାସ ବୋଲି ପୁଲିସ କହିଛି । ସୂଚନା ଅନୁସାରେ ୧୪ ତାରିଖ ତେର ଗଞ୍ଜୁ ମଦ ଦୋକାନରେ ମୁନା ଦାସ, ଭିକାରୀ ଦାସ ଓ କାଳୁ ଦାସଙ୍କୁ  ପ୍ରଦୀପ ଓ  ନାରାୟଣ ମାରପିଟ କରିଥିଲେ । ମୁନା ଦାସ ମୁଣ୍ଡରେ ଗଭୀର ଆଘାତ ହୋଇଥିବାରୁ କଟକ ମେଡିକାଲ ସ୍ଥାନାନ୍ତର ହୋଇଥିବା ବେଳେ ଶୁକ୍ରବାର ରାତ୍ର ପ୍ରାୟ ୮ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ନେଇ କାଳୁ ଦାସଙ୍କ ଅଭିଯୋଗ ପ୍ରକାରେ କେସ ନମ୍ବର ୧୦୮/୨୪ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଥିବା ନାରାୟଣ ଦାସ ଓ ପ୍ରଦୀପ ଦାସଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରିଥିଲା । ସତ୍ୟାସତ୍ୟ ଜାଣିବା ପରେ ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଶରତ କୁମାର ମାହାଲିକ ସୂଚନା ଦେଇଛନ୍ତି ।

 

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories