www.samajalive.in
Sunday, December 14, 2025
26.1 C
Bhubaneswar

 ମଦ ଦୋକାନରେ ମାରପିଟ, ଦୁଇ ଅଟକ

ଗୋପାଳପୁର : ଗତ ଗୁରୁବାର ତେର ଗଞ୍ଜୁ ଦେଶୀ ମଦ ଦୋକାନ ନିକଟରେ ମାରପିଟ ମାମଲାରେ ଗୋପାଳପୁର ପୁଲିସ ପକ୍ଷରୁ ଦୁଇ ଜଣକୁ ଅଟକ ରଖିଛି। ସେମାନଙ୍କ ନାମ ନାରାୟଣ ଦାସ ଓ ପ୍ରଦୀପ ଦାସ ବୋଲି ସୂଚନା ମିଳିଛି। ଗତ ୧୪ ତାରିଖ ରାତ୍ର ୮ଟା ସମୟରେ ଗଞ୍ଜୁ ଗ୍ରାମର କାଳୁ ଦାସ, ମୁନା ଦାସ ତେର ଗଞ୍ଜୁ ଗ୍ରାମରେ ଥିବା ମଦ ଭାଟିକୁ ମଦ ପିଇବାକୁ ଯାଇଥିଲେ। ସେଠାରେ ପୂର୍ବରୁ ପ୍ରଦୀପ ଦାସ ଓ ଭିକାରୀ ଦାସ ଗଣ୍ଡଗୋଳ କରୁଥିଲେ। ମୁନା ଓ କାଳୁ ସେମାନଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ।
ଏହାକୁ ନେଇ ପ୍ରଦୀପ ଦାସ ସେଠାରେ ଥିବା ଏକ ଲୁହା ରଡ଼ରେ ମୁନା, ଭିକାରୀ ଓ କାଳୁକୁ ମାଡ ମାରିଥିଲା। ସେହି ସମୟରେ ପ୍ରଦୀପର ସହଯୋଗୀ ନାରାୟଣ ଦାସ ମୁନା ଓ କାଳୁକୁ ଧରି ପ୍ରଦୀପକୁ ମାରିବାକୁ କହିଥିଲା। ଯଦ୍ୱାରା ମୁନା ଓ ଭିକାରୀ ଗୁରୁତର  ହୋଇ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ । ମୁନା ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବାରୁ ତାଙ୍କୁ କଟକ ସେହି ଦିନ ରାତିରେ ସ୍ଥାନାନ୍ତର କରାଯାଇଥିଲା।  ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଶୁକ୍ରବାର ଦିନ ରାତ୍ର ପ୍ରାୟ ୮ଟା ସମୟରେ ମୃତ୍ୟୁ ହୋଇଥିଲା।
ଘଟଣା ନେଇ  କାଳଙ୍କ  ଥାନାରେ ଲିଖିତ ଅଭିଯୋଗ ପ୍ରକାରେ କେସ ନମ୍ବର ୧୦୮/୨୪ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସମ୍ପୃକ୍ତ ଥିବା ନାରାୟଣ ଦାସକୁ ଶୁକ୍ରବାର ଥାନାକୁ ଅଟକ ରଖି ପଚରା ଉଚରା କରୁଥିବା ବେଳେ ପ୍ରଦୀପ ଦାସ ଫେରାର ଥିଲା।  କୋଦଳା ଅଞ୍ଚଳରେ ପ୍ରଦୀପ ଲୁଚିଥିବା ଖବର ପାଇଁ ପୁଲିସ ଟିମ ପହଞ୍ଚି ଆଜି ଭୋର ସକାଳ ପ୍ରାୟ  ୪ଟା ସମୟରେ ଏକ ସମ୍ପର୍କୀୟ ଘରୁ କାବୁ କରି ତା ଠାରୁ ଆକ୍ରମଣ ରେ ବ୍ୟବହାର କରିଥିବା ଏକ ଲୁହା ରଡ଼ ଓ ପ୍ଲାଷ୍ଟିକ ପାଇପ ଜବତ କରିବା ସହ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଥିବା ନେଇ ଥାନା ଅଧିକାରୀ ଶରତ କୁମାର ମାହାଲିକ ସୂଚନା ଦେଇଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories