www.samajalive.in
Wednesday, December 10, 2025
14.1 C
Bhubaneswar

ଗୁଜରାଟ ପୌର ନିର୍ବାଚନରେ ବିଜେପିର ବାଜିମାତ

ଅହମଦାବାଦ : ଗୁଜରାଟ ପୌର ନିର୍ବାଚନରେ ବିଜେପି ପୁଣିଥରେ ବାଜିମାତ କରିଛି । ଗୁଜରାଟର ୭୫ ନଗରପାଳିକାରୁ ବିଜେପି ୪୪ଟିରେ ବିଜୟ ଲାଭ କରିଥିବାବେଳେ କଂଗ୍ରେସ ୨୭ଟିରେ ଜିତିଛି । ଅନ୍ୟ ଦଳଙ୍କୁ ୪ଟି ପୌରପାଳିକା ମିଳିଛି । ଗତ ନିର୍ବାଚନ ତୁଳନାରେ ବିଜେପି ହାତରୁ ୧୬ଟି ନଗରପାଳିକା ଖସିଯାଇଛି। ଗତ ନିର୍ବାଚନରେ ବିଜେପି ୬୦ଟି ନଗରପାଳିକାରେ ବିଜୟ ଲାଭ କରିଥିଲା ବେଳେ ଚଳିତ ନିର୍ବାଚନରେ ଏହା ହ୍ରାସ ପାଇ ୪୪ରେ ପହଞ୍ଚିଛି । ଅପରପକ୍ଷରେ ଗତ ନିର୍ବାଚନରେ କଂଗ୍ରେସ ମାତ୍ର ୧୬ଟି ଆସନରେ ବିଜୟଲାଭ କରିଥିବାବେଳେ ଚଳିତ ନିର୍ବାଚନରେ ଏହାର ସଂଖ୍ୟା ବଢି ୨୭ରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘରୋଇ ସହର ଭଡ଼ନାଗରରେ ବିଜେପି ୨୮ରୁ ୨୭ଟି ଆସନରେ ବିଜୟ ଲାଭ କରି କଂଗ୍ରେସର ମୂଳପୋଛ କରିଦେଇଛି । ଭାଲସାଡ଼ର ଧରମପୁରରେ ବିଜେପିକୁ ୧୪ଟି ଆସନ ମିଳିଥିବାବେଳେ କଂଗ୍ରେସକୁ ୧୦ଟି ଆସନ ମିଳିଛି । ମୋଟାମୋଟି ଭାବେ ପୌର ନିର୍ବାଚନରେ ବିଜେପି ବିଜୟ ପତାକା ଉଡ଼ାଇଥିଲେ ବି କଂଗ୍ରେସ ଭୋଟ ଓ ସିଟି ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହୋଇଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories