www.samajalive.in
Saturday, December 13, 2025
26.1 C
Bhubaneswar

ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣାକୁ ରାଜନୈତିକ ନେତା ଓ ଦଳ ପକ୍ଷରୁ ସ୍ୱାଗତ

​ଡେସ୍କ: ଲୋକସଭା ଓ କିଛି ରାଜ୍ୟ ବିଧାନସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣାକୁ ରାଜନୈତିକ ଦଳମାନେ ସ୍ୱାଗତ କରିଛନ୍ତି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ବିଜେପି ଏବଂ ଏନଡିଏ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ମୋଦି କହିଛନ୍ତି ଯେ, ବିଜେପି ନିଜର ସୁଶାସନ ଏବଂ ସବୁ କ୍ଷେତ୍ରରେ ହୋଇଥିବା କାର୍ଯ୍ୟ ଆଧାରରେ ଲୋକଙ୍କ ପାଖରେ ପହଞ୍ଚିବ। ୧୦ ବର୍ଷ ତଳେ ଯେତେବେଳେ ସେ ଦାୟିତ୍ୱ ଗ୍ରହଣ କରିଥିଲେ, ସେତେବେଳେ ଦେଶର ଜନସାଧାରଣ ପ୍ରତାରିତ ହୋଇଥିଲେ ଏବଂ କୌଣସି ଅଞ୍ଚଳ ଦୁର୍ନୀତି ଏବଂ ଭୁଲ୍ ନୀତି ଦ୍ୱାରା ଅଛୁଆଁ ରହିନଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ୧୪୦ କୋଟି ଲୋକଙ୍କ ଶକ୍ତି ବଳରେ ଦେଶ ବିକାଶର ନୂତନ ରେକର୍ଡ ସୃଷ୍ଟି କରୁଛି ଏବଂ ଦେଶ ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି। କୋଟି କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି ଏବଂ ଦେଶର ବିଭିନ୍ନ ସ୍ଥାନରେ ସରକାରୀ ଯୋଜନା ପହଞ୍ଚିଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ତୃତୀୟ ପାଳିରେ ଦାରିଦ୍ର୍ୟ ଓ ଦୁର୍ନୀତି ବିରୋଧରେ ଲଢ଼େଇ ଅଧିକ ଜୋରରେ ଚାଲିବ ବୋଲି ସେ କହିଛନ୍ତି।

୨୩ ଯାଏଁ ଇଡି ହେପାଜତକୁ ଗଲେ ବିଆରଏସ ନେତ୍ରୀ କେ କବିତା

- Advertisement -

ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ ନିର୍ବାଚନ ହେଉଛି ଗଣତନ୍ତ୍ରର ସବୁଠାରୁ ବଡ଼ ପର୍ବ। ଅଧିକ ସଂଖ୍ୟାରେ ଭୋଟ ଦେବା ସହ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ଲୋକସଭା ନିର୍ବାଚନ ଭାରତ ପାଇଁ ନ୍ୟାୟର ଦ୍ୱାର ଖୋଲିବ। ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଏହା ଶେଷ ସୁଯୋଗ ହୋଇପାରେ ବୋଲି ସେ କହିଛନ୍ତି।ଆମ୍ ଆଦମୀ ପାର୍ଟି ନେତା ଗୋପାଳ ରାୟ ନିର୍ବାଚନ ତାରିଖ ଘୋଷଣାକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି, ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ଏବଂ ଭାରତ ମେଣ୍ଟ ସହ ପୂର୍ଣ୍ଣ ଶକ୍ତି ସହ ନିର୍ବାଚନ ଲଢ଼ିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories