www.samajalive.in
Friday, December 12, 2025
15.1 C
Bhubaneswar

ନିର୍ଦ୍ଧାରିତ ନିୟମ ମାନୁ ନଥିବା କାରଣରୁ କଳା ତାଲିକାରେ ୮ ହାଇୱା

ଲକ୍ଷ୍ମୀପୁର : ନିର୍ଦ୍ଧାରିତ ନିୟମ ମାନୁ ନଥିବା କାରଣରୁ କୋଡ଼ିଙ୍ଗା ମାଳିରୁ ବକ୍ସାଇଟ୍‍ ପରିବହନ କରୁଥିବା ୮ ଟି ହାଇୱା କଳା ତାଲିକା ଭୁକ୍ତ ହୋଇଥିବା ଜଣାପଡିଛି। ବେଦାନ୍ତ କାରଖାନା ପାଇଁ ଲକ୍ଷ୍ମୀପୁର ତହସିଲ ଅନ୍ତର୍ଗତ କୋଡ଼ିଙ୍ଗା ମାଳି ପାହାଡ଼ରୁ ଡମ୍ପିଂ ହେଉଥିଲା। ଏଥିରେ ୩ଶହରୁ ଊର୍ଦ୍ଧ୍ବ ହାଇୱା ପ୍ରତି ଦିନ ୩ରୁ ଚାରି ଥର ମାଲ ପରିବହନ କରିଥାନ୍ତି। ତେବେ ଦୃତ ଗତି କାରଣରୁ ଦୁର୍ଘଟଣା ସହିତ ଅଞ୍ଚଳବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏନେଇ ଜିଲାପାଳଙ୍କ ସମ୍ପୃକ୍ତ ଥିବା ଜନସାଧାରଣ ଅଭିଯୋଗ କରିଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଆଞ୍ଚଳିକ ପରିବହନ ଅଧିକାରୀ ପୂର୍ବ ଅଭିଯୋଗ କ୍ରମେ କୋଡ଼ିଙ୍ଗା ମାଳି ଆଞ୍ଚଳକୁ ଆସି ଖଣି ଖନନ ଓ ମାଲ ପରିବାହନ ପାଇଁ ଠିକା ନେଇଥିବା ସଂସ୍ଥାରେ ପରିବହନ ପାଇଁ ଲାଗିଥିବା ହାଇୱା ଗୁଡ଼ିକର ବିଭିନ୍ନ ଦିଗ ଉପରେ ଯାଞ୍ଚ କରିଛନ୍ତି। ଯାଞ୍ଚ ବେଳେ ୮ଟି ହାଇୱା ନିୟମ ମାନି ନଥିବାରୁ ସେଗୁଡ଼ିକ କଳାତାଲିକା ଭୁକ୍ତ କରାଯାଇଛି। ସେହିପରି ଯାଞ୍ଚ ପ୍ରକ୍ରିୟା ଚାଲିଥିବା ସହିତ ଅନେକ ହାଇୱା କଳାତାଲିକାରେ ସାମିଲ ହେବାର ସମ୍ଭାବନା ରହିଛି। ସୂଚନା ଯୋଗ୍ୟ ୬ ମାସରୁ ଊର୍ଦ୍ଧ୍ବ କୋଡ଼ିଙ୍ଗାମାଳିରୁ ମାଲ ପରିବହନ ପାଇଁ ମୈତ୍ରୀ ନାମକ ଏକ କମ୍ପାନୀ ଠିକା ନେଇଛି। ତେବେ ଦୁର୍ଘଟଣା ସହିତ ବିଭିନ୍ନ ଅଭିଯୋଗ କାରଣରୁ ୬ ଦିନ ହେଲା ମାଲପରିବହନ ବନ୍ଦ ରହିବା ସହିତ ଏହି ପ୍ରକ୍ରିୟା ସମାପ୍ତ ହେବା ପରେ ପୁଣି ପରିବହନ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories