www.samajalive.in
Tuesday, December 9, 2025
16.1 C
Bhubaneswar

ସାଉଥ୍‌ ସୁଦାନ ବିଶ୍ବର ସବୁଠୁ ଗରିବ ରାଷ୍ଟ୍ର

ୱାଶିଂଟନ: ଆଫ୍ରିକାର ସାଉଥ୍‌ ସୁଦାନ ବିଶ୍ବର ସବୁଠାରୁ ଗରିବ ରାଷ୍ଟ୍ର ବୋଲି ନିକଟରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମଏଫ୍‌) ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାପଡିଛି। ମୋଟ ଜାତୀୟ ଉତ୍ପାଦ (ଜିଡିପି) ଏବଂ କ୍ରୟ କ୍ଷମତା ସମାନତା (ପିପିପି)କୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଫୋର୍ବସ ପତ୍ରିକା ଅନୁଯାୟୀ ଗୋଟିଏ ଦେଶର ମୋଟ ଅର୍ଥନୈତିକ ଆୟକୁ ଆଧାର କରି ଜିଡିପି ପ୍ରସ୍ତୁତ କରାଯାଉଥିବାବେଳେ ନାଗରିକଙ୍କ ଜୀବନଶୈଳୀକୁ ଆଧାର କରି ପିପିପି ଧାର୍ଯ୍ୟ କରାଯାଇଥାଏ। ଆଇଏମଏଫ୍‌ ରିପୋର୍ଟ ଅନୁଯାୟୀ ବିଶ୍ବର ସବୁଠୁ କନିଷ୍ଠ ରାଷ୍ଟ୍ରଭାବେ ମାନ୍ୟତା ଲାଭ କରିଥିବା ସାଉଥ୍‌ ସୁଦାନର ମୁଣ୍ଡ ପିଛା ଜିଡିପି ମାତ୍ର ୪୯୨.୭୨ ଡଲାର ହୋଇଥିବାରୁ ଏହା ସବୁଠାରୁ ଗରିବ ରାଷ୍ଟ୍ରଭାବେ ବିବେଚିତ ହୋଇଛି। ୨୦୧୧ରେ ସୁଦାନରୁ ସ୍ବାଧୀନତା ପାଇଥିବା ସାଉଥ୍‌ ସୁଦାନରେ ରାଜନୈତିକ ଅସ୍ଥିରତା ଲାଗି ରହିଥିବାବେଳେ ଭିତ୍ତିଭୂମିର ଘୋର ଅଭାବ ରହିଛି। ତେଣୁ ସାଉଥ ସୁଦାନ ନାଗରିକ ଦାରିଦ୍ର୍ୟର କଷାଘାତରେ ଛନ୍ଦି ହୋଇପଡିଛନ୍ତି। ସାଉଥ୍‌ ସୁଦାନ ପଛକୁ ବିଶ୍ବର ଗରିବ ରାଷ୍ଟ୍ର ତାଲିକାରେ ବୁରୁଣ୍ଡି ୨ୟ (ମୁଣ୍ଡପିଛା ଜିଡିପି ୯୩୬.୪୨ ଡଲାର), ସେଣ୍ଟ୍ରାଲ ଆଫ୍ରିକାନ ରିପବ୍ଲିକ ୩ୟ (୧୧୪୦ ଡଲାର), ରିପବ୍ଲିକ ଅଫ୍‌ କଙ୍ଗୋ ୪ର୍ଥ (୧୫୭୦ ଡଲାର), ମୋଜାମ୍ବିକ ୫ମ (୧୬୫୦ ଡଲାର), ମାଲାୱି ୬ଷ୍ଠ (୧୭୧୦ ଡଲାର), ନାଇଜର ୭ମ (୧୭୩୦ ଡଲାର), ଚାଦ୍‌ ୮ମ (୧୮୬୦ ଡଲାର), ଲାଇବେରିଆ ୯ମ (୧୮୮୦ ଡଲାର) ଏବଂ ମାଡାଗାସ୍କର ୧୦ମ (୧୯୯୦ ଡଲାର) ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ସ୍ଥାନ ପାଇଥିବା ଅଧିକାଂଶ ରାଷ୍ଟ୍ର ଆଫ୍ରିକା ମହାଦେଶରେ ଅବସ୍ଥିତ। ଗୃହଯୁଦ୍ଧ, ରାଜନୈତିକ ଅସ୍ଥିରତା, ଭିତ୍ତିଭୂମିର ଅଭାବ, ଦୁର୍ଭିକ୍ଷ, ମରୁଡି ଭଳି ପ୍ରସଙ୍ଗ ଯୋଗୁଁ ଏହି ରାଷ୍ଟ୍ରଗୁଡିକରେ ଲୋକଙ୍କ ଜୀବନ ଦିନକୁ ଦିନ ଅସହ୍ୟ ହୋଇପଡିଛି। ପୁନଶ୍ଚ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସାଙ୍ଗକୁ ସେଠାକାର ନାଗରିକମାନେ କେବଳ ଚାଷ ଉପରେ ନିର୍ଭରଶୀଳ ହେଉଥିବାରୁ ସେଠାରେ ଦାରିଦ୍ର୍ୟ ସ୍ଥିତି ଦିନକୁ ଦିନ ଉତ୍କଟ ରୂପ ଧାରଣ କରିବାରେ ଲାଗିଛି। ଏସୀୟ ରାଷ୍ଟ୍ର ମଧ୍ୟରେ ୟେମେନ ସବୁଠାରୁ ଗରିବ ବୋଲି ଜଣାପଡିଛି। ସେଠାରେ ମୁଣ୍ଡପିଛା ଜିଡିପି ମାତ୍ର ୨୧୩୬ ଡଲାର। ଏହି ପରିପ୍ରେକ୍ଷୀରେ ଉପରୋକ୍ତ ରାଷ୍ଟ୍ରରେ ପୁଞ୍ଜି ବିନିଯୋଗ ମାଧ୍ୟମରେ ଭିତ୍ତିଭୂମିକୁ ଶକ୍ତିଶାଳୀ କରିବାକୁୁ ଆଇଏମଏଫ୍‌ ପକ୍ଷରୁ ବିକଶିତ ରାଷ୍ଟ୍ରଗଡିକୁ ଆହ୍ବାନ ଦିଆଯାଇଛି। ଅପରପକ୍ଷରେ ମୁଣ୍ଡପିଛା ଜିଡିପି ପ୍ରସଙ୍ଗରେ ଲକ୍‌ଜେମବର୍ଗ (୧,୪୫,୮୩୪ ଡଲାର) ବିଶ୍ବର ସବୁଠାରୁ ଧନୀ ରାଷ୍ଟ୍ରର ମାନ୍ୟତା ପାଇଛି।

Hot this week

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

Related Articles

Popular Categories