www.samajalive.in
Sunday, December 7, 2025
23.1 C
Bhubaneswar

ହାର୍ଦିକଙ୍କ ପାଇଁ ବିସିସିଆଇର ନିୟମ କୋହଳ ହେବା ଅନୁଚିତ୍‌ : ପ୍ରବୀଣ

ନୂଆଦିଲ୍ଲୀ: ଜାତୀୟ ଦଳରେ ସାମିଲ ନ ଥିବା ବେଳେ ଭାରତୀୟ କ୍ରିକେଟର୍‌ ନିଜ ରାଜ୍ୟ ପାଇଁ ଘରୋଇ କ୍ରିକେଟ ଖେଳିବାକୁ ବିସିସିଆଇ ତରଫରୁ ନିର୍ଦେଶାନାମା ଜାରି କରାଯିବା ସତ୍ତ୍ବେ ଏହାକୁ ନ ମାନିବାରୁ କେନ୍ଦ୍ରୀୟ ଚୁକ୍ତିରୁ ଶ୍ରେୟସ ଆୟର ଓ ଈଶାନ କିଷନଙ୍କୁ ବାଦ୍‌ ଦିଆଯାଇଛି। ତେବେ ତାରକା ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଘରୋଇ କ୍ରିକେଟ ଖେଳିନଥିଲେ ସୁଦ୍ଧା ତାଙ୍କୁ ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରେ ସାମିଲ କରାଯାଇଥିବାରୁ ପୂର୍ବତନ କ୍ରିକେଟର ପ୍ରବୀଣ କୁମାର ଏହାକୁ ନାପସନ୍ଦ କରିଛନ୍ତି।

ୟୁଟ୍ୟୁବରେ ଏକ ଭିଡିଓ ଛାଡ଼ି ପ୍ରବୀଣ ଦର୍ଶାଇଥିଲେ ବିସିସିଆଇ ଯେଉଁ ନିଷ୍ପତ୍ତି ନେଇଛି ତାହା ଯୁକ୍ତିଯୁକ୍ତ। ତେବେ ଏହାକୁ ସବୁ କ୍ରିକେଟରଙ୍କ କ୍ଷେତ୍ରରେ ସମାନ ଭାବେ ଲାଗୁ କରାଯିବା ଉଚିତ୍‌। ଶ୍ରେୟସ ଓ କିଷନଙ୍କୁ ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରେ ବାଦ୍‌ ଦିଆଯାଇଥିବା ବେଳେ ଘରୋଇ କ୍ରିକେଟ ନ ଖେଳିବା ସତ୍ତ୍ବେ ହାର୍ଦିକଙ୍କୁ ଚୁକ୍ତିରେ ସ୍ଥାନ ଦେବା ଯୁକ୍ତିଯୁକ୍ତ ନୁହେଁ। ଜଣେ ଖେଳାଳିଙ୍କ ନିମନ୍ତେ ନିୟମ କୋହଳ କରାଯିବା ଅନୁଚିତ୍‌। ହାର୍ଦିକ ଚନ୍ଦ୍ରରୁ ଆସି ନାହାନ୍ତି। ସେ ମଧ୍ୟ ଘରୋଇ କ୍ରିକେଟ ଖେଳିବାକୁ ବାଧ୍ୟ। ସେ ଘରୋଇ କ୍ରିକେଟ ଖେଳିନଥିବାରୁ ତାଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ବାଦ୍‌ ଦେବା ଉଚିତ୍‌ ଥିଲା। ସୂଚନାଥାଉକି ଆଇପିଏଲ୍‌ର ଚଳିତ ସଂସ୍କରଣରେ ହାର୍ଦିକ ମୁମ୍ବଇ ଇଣ୍ଡିଆନ୍‌ସ ଦଳର ନେତୃତ୍ବ ନେବେ। ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦିକଙ୍କୁ ମୁମ୍ବଇ ଇଣ୍ଡିଆନ୍‌ସ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି।

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories