www.samajalive.in
Sunday, December 14, 2025
26.1 C
Bhubaneswar

ବ୍ଲକ ସାମ୍ନାରେ କୃତ୍ରିମ ବନ୍ୟା ; ରାସ୍ତା ଉପରେ ଚାଲୁଛି ଡ୍ରେନ ପାଣି

ପଦ୍ମପୁର : ରାୟଗଡ଼ା ଜିଲ୍ଲା ପଦ୍ମପୁରର ମୁଖ୍ୟ ରାସ୍ତା। ଏହି ରାସ୍ତା ଦେଇ ଲୋକେ ଡାକ୍ତରଖାନା, ଥାନା, ବ୍ୟାଙ୍କ୍, ତହସିଲ ,ବ୍ଲକ, ବଜାରହାଟ କରିବା ସହ ନିଜ ପଞ୍ଚାୟତକୁ ନିତି ଦିନ ଯିବା ଆସିବା କରନ୍ତି। ହେଲେ ରାସ୍ତା ଉପରେ ଚାଲୁଛି ଡ୍ରେନ ପାଣି। ଡ୍ରେନ ଜାମ ହେବା ଫଳରେ ପାଣି ରାସ୍ତା ଉପରେ ଯାଉଛି। ଲୋକେ ଯିବା ଆସିବା ବେଳେ ହଇରାଣ ହେଉଥିବା ଅଭିଯୋଗ ହୋଇଛି। କାଦୁଆ ପାଣି ଲୋକଙ୍କ ଉପରେ ପଡୁଛି। ଦୁର୍ଗନ୍ଧରେ ନାକ ଫାଟୁଛି। ଏହି ରାସ୍ତା ଦେଇ ପ୍ରତି ଦିନ ସରକାରୀ ବାବୁ ମାନଙ୍କ ସମେତ ଅଞ୍ଚଳର ଜନ ପ୍ରତିନିଧି ସମେତ ବଡ଼ ବଡ଼ ନେତା ମନ୍ତ୍ରୀ ବିଧାୟକ ଯିବା ଆସିବା କରୁଛନ୍ତି। କେବଳ ଏହି ଜାଗା ନୁହେଁ ସବୁ ସାହି ବିଶେଷ କରି ଜଗମଣ୍ଡା ଠାରୁ ଇନ୍ଦିରା ନଗର ପର୍ଯ୍ୟନ୍ତ ଡ୍ରେନ ଗୁଡିକ ଜାମ ହୋଇ ପାଣି ପାଇପ ଗୁଡିକ ଫାଟି ରାସ୍ତାରେ ପାଣି ଚାଲୁଛି। ଆଜକୁ ଏକ ବର୍ଷରୁ ଉର୍ଦ୍ଧ୍ବ ହେବ ବ୍ଲକ ଅଫିସ ଆଗରେ ଏପରି ରାସ୍ତାରେ ପାଣି ଜମି କାଦୁଅ ହେଉଛି କିନ୍ତୁ କାହାର ନଜର ପଡୁନି, କି ମରାମତି ହେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories