ଏହିଦିନ ରାମଲାଲାଙ୍କୁ ୨୪ଘଣ୍ଟା ଦର୍ଶନ କରିପାରିବେ ଭକ୍ତ
ଉତ୍ତରପ୍ରଦେଶ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମନବମୀ ଏବଂ ନବରାତ୍ରି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏନେଇ ସେ ଅଯୋଧ୍ୟାରେ ବରିଷ୍ଠ ଅଧିକାରୀଙ୍କ ସହିତ ବୈଠକ କରିଥିଲେ । ଏହି ଅବସରରେ ନବରାତ୍ରିର ଅଷ୍ଟମୀ, ନବମୀ ଏବଂ ଦଶମୀରେ ରାମଲାଲାଙ୍କ ମନ୍ଦିରରେ ୨୪ଘଣ୍ଟିଆ ଦର୍ଶନ ଓ ପୂଜାର୍ଚ୍ଚନାର ବ୍ୟବସ୍ଥା କରିବାକୁ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି । ଯୋଗୀ କହିଛନ୍ତି ଯେ ଏହି ଅବଧି ମଧ୍ୟରେ ମନ୍ଦିରର କବାଟ କେବଳ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମୟରେ ବନ୍ଦ ରହିବ । ଏହାସହିତ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରରେ ସଦସ୍ୟମାନଙ୍କ ସହ ସମନ୍ୱୟ ରକ୍ଷା କରିବାକୁ କହିଛନ୍ତି ।
Comments are closed.