www.samajalive.in
Saturday, December 6, 2025
26.1 C
Bhubaneswar

ଏନଏସି ଦାବିରେ ୮ ଘଣ୍ଟିଆ ତିହିଡି ବନ୍ଦ

ଭଦ୍ରକ: ତିହିଡିକୁ ଏନଏସି ଦାବିରେ ୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେଉଛି। ତିହିଡି ବ୍ଳକ ନାଗରିକ ମଞ୍ଚ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ନିକଟରେ ଅନେକ ଅଞ୍ଚଳକୁ ରାଜ୍ୟ ସରକାର ଏନଏସି ଘୋଷଣା କରିଥିବାବେଳେ ତିହିଡି ପ୍ରତି ଏତେ ବୈମାତୃକ ମନୋଭାବ କଣ ପାଇଁ ବୋଲି ଲୋକ ପ୍ରଶ୍ନ କରିଛନ୍ତି। ଆଜିର ବନ୍ଦ ପାଇଁ ସମସ୍ତ ବ୍ୟବସାୟୀକ ଅନୁଷ୍ଠାନ ସହ ଦୋକାନ ବଜାର ବନ୍ଦ ରହିଛି। ଏନଏସି ପାଇଁ ତିହିଡି ଦୀର୍ଘ ବର୍ଷ ହେଲା ସମସ୍ତ ଯୋଗ୍ୟତା ହାସଲ କରିଥିଲେ ମଧ୍ୟ ତିହିଡିକୁ ଅବହେଳା କରାଯାଉଥିବା ଲୋକ ଅଭିଯୋଗ କରିଛନ୍ତି। ତିହିଡି ବ୍ଲକରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଥାନା, ବିଭିନ୍ନ ନିର୍ମାଣ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟ , ବିଦ୍ୟୁତ୍ ବିଭାଗ ଠାରୁ ଆରମ୍ଭ କରି ଅଗ୍ନିଶମ କେନ୍ଦ୍ର ଆଦି ରହିଛି। ହେଲେ ତିହିଡି ଏନଏସି ହେବାରୁ କାହିଁକି ବଞ୍ଚିତ ହେଉଛି ବୋଲି ପ୍ରଶ୍ନ ଉଠିଛି।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories