www.samajalive.in
Saturday, December 13, 2025
14.1 C
Bhubaneswar

ମଧ୍ୟପ୍ରଦେଶ, ରାଜସ୍ଥାନ ପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ଅଙ୍କ କଷୁଛନ୍ତି ରାହୁଲ

ନୂଆଦିଲ୍ଲୀ : ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଚୟନ ସରିବା ପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ରାହୁଲ ଗାନ୍ଧୀ ଅଙ୍କ କଷୁଛନ୍ତି। ଏହାକୁ ନେଇ ଶୁକ୍ରବାର ରାହୁଲ ଗାନ୍ଧୀ ଟୁଇଟ୍‍ କରି ଜଣାଇଛନ୍ତି। ଏହି ବୈଠକରେ ଛତିଶଗଡର ଭୁପେଶ ବଘେଲ, ଟିଏସ୍‍ ସିଙ୍ଘଦେବ, ତାମ୍ରଧୌଜ ସାହୁ ଓ ଚରଣଦାସ ମହନ୍ତ ରାହୁଲ ଗାନ୍ଧୀ ସହ ଆଲୋଚନା କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଚୟନ ସରିଯାଇଛି କେବଳ ଔପଚାରିକ ଘୋଷଣାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି।
ଋାହୁଲ ଟୁଇଟ୍‍ କରି ଲେଖିଛନ୍ତି, ‘ଆପଣଙ୍କ ଚିନ୍ତାଧାରା ଏବଂ ପ୍ରସ୍ତୁତିରେ କୌଣସି ଫରକ ପଡିନଥାଏ, ଯେତେବେଳେ ଆପଣ ଏକାକି ଖେଳୁଥିବେ, ଯାହାଫଳରେ ଆପଣଙ୍କ ଦଳ ଅନ୍ୟ ଦଳ ଠାରୁ ହାରିବା ସୁନିଶ୍ଚିନ୍ତ’। ଛତିଶଗଡ ମୁଖ୍ୟମନ୍ତ୍ରୀ ପାଇଁ ଏହି ଚାରିଜଣଙ୍କ ନାମ ସାମ୍ନାକୁ ଆସିଥିବାରୁ ଏହାକୁ ନେଇ ଛତିଶଗଡ ଲୋକମାନଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। ମିଳିଥିବା ସୂଚନା ଅନୁସାରେ ରାୟପୁରରେ ହିଁ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ।

Hot this week

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

Related Articles

Popular Categories