www.samajalive.in
Thursday, December 11, 2025
26.1 C
Bhubaneswar

ଆରଡି ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ

ଆରଡି : ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ପିଠା କାର୍ଯ୍ୟକ୍ରମ ଶନିବାର ଚାନ୍ଦବାଲି ବ୍ଲକ ଆରଡି ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତର ସରପଞ୍ଚ ଅରବିନ୍ଦ ପାଢୀ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ବିଡିଓ ଅଜାମ୍ବର ମହାନ୍ତି, ସମିତିସଭ୍ୟା ସବିତା ପାଢୀଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ପିଠା ଯୋଜାନ ମାଧ୍ୟମରେ ପଞ୍ଚାୟତ ସ୍ତରକୁ ଆସୁଥିବା ସମସ୍ତ ଯୋଜନା ଯେପରି ସାଧାରଣ ଲୋକମାନଙ୍କ ପାଖରେ ପହଞ୍ଚି ପାରିବ ତାହାର ହିସାବ ପ୍ରତି ମାସ ସରପଞ୍ଚ ବ୍ଲକ କାର୍ଯ୍ୟାଳୟକୁ ପଠାଇବେ ଏହା ମୂଳ ଲକ୍ଷ୍ୟ ବୋଲି ମୁୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବିଧାୟକ ଶ୍ରୀ ରାୟ ପ୍ରକାଶ କରିଥିଲେ। ସେହିପରି ପଞ୍ଚାୟତ ସ୍ତରକୁ ଆସୁଥିବା ସମସ୍ତ ଯୋଜନା ବାବଦରେ ସାଧାରଣ ଲୋକମାନଙ୍କୁ ବିଡିଓ ଶ୍ରୀ ମହାନ୍ତି ସିଧାସଳଖ ଭାବେ ଜଣାଇ ଥିଲେ। ସେହିପରି ଅନ୍ୟ ଅତିଥିମାନେ ଯୋଜନା କିପରି ସରଳ ଭାବେ ସାଧାରଣ ଲୋକମାନଙ୍କ ପାଖରେ ପହଞ୍ଚିବ ସେଥିପାଇଁ ବିଭିନ୍ନ ଷ୍ଟଲ କରି ଲୋକମାନଙ୍କୁ ବୁଝାଇଥିଲେ। ଅନ୍ୟପଟେ ପଞ୍ଚାୟତ କାର୍ଯ୍ୟାଳୟ ସହ ଅଙ୍ଗନବାଡି କର୍ମୀମାନଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ପିଠା ପଦର୍ଶନ କରାଯାଇଥିଲା। ପରେ ଉକ୍ତ ପିଠା ଗୁଡିକୁ ସାଧାରଣ ଲୋକମାନଙ୍କୁ ବଣ୍ଟନ କରାଯାଇଥିଲା। ଏଥିସହ ପଞ୍ଚାୟତ କାର୍ଯ୍ୟାଳୟରେ ବିଧାୟକ ଶ୍ରୀ ରାୟଙ୍କ ଦ୍ୱାରା ୧୧ଜଣଙ୍କୁ ଭତା ବଣ୍ଟନ କରାଯାଇଥିବା ବେଳେ ୫ଜଣଙ୍କୁ ବିଜୁ ପକ୍କାଗୃହ, ୯୮ଜଣଙ୍କୁ ରେସନକାର୍ଡ ଓ ୩୪ଜଣଙ୍କୁ ମୋ ପାଇଖାନା ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ବାହୀନର କର୍ମୀ କିଶୋରୀ ମୋହନ ଦ୍ୱିବେଦୀ, ଦିଲିପ ଦାସଙ୍କ ସହ ବହୁ କର୍ମୀ ଉପସ୍ଥିତ ଥିଲେ।

Hot this week

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

Related Articles

Popular Categories