www.samajalive.in
Tuesday, December 9, 2025
15.1 C
Bhubaneswar

‘ସମାଜ’ର ପୂର୍ବତନ ମୁଖ୍ୟ ପରିଚାଳକ ହେମନ୍ତ ସାହୁଙ୍କ ପରଲୋକ

କଟକ,-‘ସମାଜ’ର ପୂର୍ବତନ ମୁଖ୍ୟ ପରିଚାଳକ ହେମନ୍ତକୁମାର ସାହୁ(୫୮)ଙ୍କର ଶନିବାର ସକାଳେ ହୃଦ୍‍ଘାତରେ ପରଲୋକ ଘଟିଛି। ସେ କିଛିଦିନ ଧରି ସ୍ନାୟୁଜନିତ ରୋଗରେ ପୀଡିତ ହୋଇ ତୁଳସୀପୁରସ୍ଥିତ ଭଉଣୀ ଘରେ ରହି ଚିକିତ୍ସିତ ହେଉଥିଲେ। ଆଜି ସକାଳେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ପରିବାରଲୋକେ ମେଡିକାଲ ନେଉଥିବାବେଳେ ବାଟରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ, ଏକମାତ୍ର ପୁତ୍ର ବିକ୍ରମ ଓ କନ୍ୟା ଏସ.ସୁମନାଙ୍କ ସହିତ ବହୁ ଆତ୍ମୀୟସ୍ୱଜନ ଓ ପରିବାରଲୋକ ଉପସ୍ଥିତଥିଲେ।
ମୃତ୍ୟୁଖବର ପାଇ ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ତଥା ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥ, କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତିଙ୍କ ସମେତ ବରିଷ୍ଠ ସାମ୍ବାଦିକ ଅରୁଣକୁମାର ପଣ୍ଡା, ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, ସାହିତ୍ୟିକା ରୁମଝୁମ ନାୟକଙ୍କ ସମେତ ‘ସମାଜ’ର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ତୁଳସୀପୁରସ୍ଥିତ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହିତ ଶବାଧାରରେ ମାଲ୍ୟାର୍ପଣ କରିଥିଲେ। ମରଶରୀରକୁ ଗୋପବନ୍ଧୁ ଭବନସ୍ଥିତ ‘ସମାଜ’ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ଡଃ ପ୍ରଭାସ ଆଚାର୍ଯ୍ୟଙ୍କ ସହିତ ବହୁ କର୍ମଚାରୀ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମରଶୀରରକୁ ତାଙ୍କ ଜନ୍ମସ୍ଥାନ ପୁରୀ ଜିଲା ଗୋପବ୍ଲକ ଅନ୍ତର୍ଗତ ଖଡିସ ଗ୍ରାମକୁ ନିଆଯାଇଥିଲା। ସେଠାରେ ନିମାପଡା ବିଧାୟକ ସମୀର ଦାସଙ୍କ ସହିତ ବହୁ ବିଶିଷ୍ଟବ୍ୟକ୍ତି ଶବାଧାରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମୃତ୍ୟୁଖବର ପାଇ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ‘ସମାଜ’ ପରିଚାଳନା ମଣ୍ଡଳୀର ସଭାପତି ଦୀପକ ମାଲବ୍ୟ, କାର୍ଯ୍ୟନିର୍ବାହୀ ସମ୍ପାଦକ ଭୀମସେନ ଯାଦବ, ଲୋକସେବକ ମଣ୍ଡଳର ଆଜୀବନକର୍ମୀ ରାଜେନ୍ଦ୍ର ଜେନା, ‘ସମାଜ’ ସମ୍ପାଦକ ବାମାପଦ ତ୍ରିପାଠୀ ଗଭୀର ଶୋକପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ବାଲେଶ୍ୱର ଜିଲା ସୈନିକ ବୋର୍ଡର ସମ୍ପାଦକ ଉଇଙ୍ଗ କମାଣ୍ଡର ପି.କେ. ବସ୍ତିଆ ସ୍ୱର୍ଗତ ସାହୁଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି। ସେହିପରି ଶ୍ରୀ ସାହୁଙ୍କ ମୃତ୍ୟୁଖବର ପାଇ ତାଙ୍କ ବାସସ୍ଥାନ ବାଲେଶ୍ୱରରୁ ବହୁ ବୁଦ୍ଧିଜୀବୀ କଟକରେ ପହଞ୍ଚି ଶେଷଦର୍ଶନ କରିଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଏକମାତ୍ର ପୁଅ ବୀରବିକ୍ରମ ମୁଖାଗ୍ନି ଦେଇଥିଲେ। ଶ୍ରୀ ସାହୁ ୨୦୦୬ରୁ ୨୦୧୧ ପର୍ଯ୍ୟନ୍ତ ‘ସମାଜ’ର କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ଓ ମୁଖ୍ୟ ପରିଚାଳକଭାବେ କାର୍ଯ୍ୟ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories