www.samajalive.in
Tuesday, December 9, 2025
17.1 C
Bhubaneswar

ସୁରକ୍ଷା ଓ ପେନସନ ଦାବିରେ ରାଜରାସ୍ତାରେ ସାମ୍ବାଦିକ

ମାଲକାନଗିରି: ମାଲକାନଗିରି ଜିଲା ସଦର ମହକୁମାଠାରେ ଶୁକ୍ରବାର ଜିଲାର ସମସ୍ତ ସାମ୍ବାଦିକ ଏକତ୍ରିତ ହୋଇ ସମ୍ବାଦିକ ସୁରକ୍ଷା ଓ ପେନସନ ଦାବି ନେଇ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ସ୍ଲୋଗାନ ଦେଇ ସମସ୍ତେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ସମସ୍ତ ସାମ୍ବାଦିକ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଗଣମାଧ୍ୟମ ସମ୍ବିଧାନର ଚତୁର୍ଥ ସ୍ତମ୍ଭ ହୋଇଥିବାବେଳେ ସରକାର ସବୁ ସମୟରେ ସମ୍ବାଦିକଙ୍କୁ ଉପେକ୍ଷା କରୁଛନ୍ତି ବୋଲି ଏମୟୁଜେର ସଭାପତି ଦେବପ୍ରସାଦ ଦାସ ପ୍ରକାଶ କରିଛନ୍ତି। ଏଥିସହିତ ଆନ୍ୟ ଏକ ସଙ୍ଘ ୟୁଜେଏର ସଭାପତି ଦୁର୍ଯ୍ୟଧନ ପାତ୍ର କହିଥିଲେ ଯେ, ସୁରକ୍ଷା ଓ ପେନସନ ହେଉଛି ସମ୍ବାଦିଙ୍କ ନ୍ୟାର୍ଯ୍ୟ ଦାବି। ସମ୍ବାଦିକ ହେଉଛନ୍ତି ଜନତାଙ୍କ ସ୍ୱର, ତେଣୁ ସମ୍ବାଦିକଙ୍କୁ ପେନସନ ସହିତ ସୁରକ୍ଷା ଏକାନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି। ଏହି ଅବସରରେ ସାମ୍ବାଦିକ ଗୋପୀ କୃଷ୍ଣ ପଟ୍ଟନାୟକ, ଦେଵବ୍ରତ ସାନା, ସତ୍ୟନାରାୟଣ ପଣ୍ଡା , ଅସୀମ ବିଶ୍ବାସ, ବିକ୍ରମ କେଶରି ପାଢ, କୃଷ୍ଣ ରାୟ, ରବୀରଶ୍ମି ଗୁରୁ, ଶୁଭାଶିଷ କର, ବୁଲୁ ପଢ଼ିଆରୀ, ଯଦୁପତି ମହାନ୍ତି, ଚନ୍ଦନ ବାରିକଙ୍କ ସମେତ ବାଲିମେଳା, ଚିତ୍ରକୋଣ୍ଡା, ମାଥିଲି, ଖଇରପୁଟ, କାଲିମେଳା ଓ ପଡିଆ ବ୍ଲକର ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories