www.samajalive.in
Sunday, December 14, 2025
26.1 C
Bhubaneswar

ଅନନ୍ତ ଅମ୍ବାନୀଙ୍କ ପ୍ରାକ୍-ବିବାହ ଉତ୍ସବରେ ସାମିଲ ହେବା ପାଇଁ ଓରୀଙ୍କୁ ମିଳିଲା ଏତେ ଟଙ୍କା

ନୂଆଦିଲ୍ଲୀ : ଓରୀ ଓରଫ ଓରହାନ୍ ଅବତ୍ରାମଣିଙ୍କୁ ଅନେକ ସମୟରେ ବଲିଉଡ ତାରକାଙ୍କ ସହ ଦେଖିବାକୁ ମିଳିଥାଏ । ସେ ଫିଲ୍ମରେ ସ୍ପେଶାଲ ସ୍କ୍ରିନିଂ, ଜନ୍ମ ଦିନ ଉତ୍ସବ ଏବଂ ବିବାହ ଉତ୍ସବ ଆଦିରେ ନଜର ଆସନ୍ତି । ନିକଟରେ ତାଙ୍କୁ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରାକ୍ ବିବାହ ଉତ୍ସବରେ ଦେଖିବାକୁ ମିଳିଥିଲା । ତାଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ତେବେ ସମସ୍ତେ ଜାଣିଛନ୍ତି ଯେ ମୁକେଶ ଅମ୍ବାନୀ ନିଜ ପୁଅ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ତାରକାଙ୍କୁ ଅନେକ ରାଶି ପ୍ରଦାନ କରିଛନ୍ତି । କିନ୍ତୁ ଓରୀଙ୍କୁ ଏହି ଉତ୍ସବରେ ଯୋଗ ଦେବାକୁ ଅମ୍ବାନୀ କେତେ ଟଙ୍କା ଦେଇଛନ୍ତି ତାହା ଜାଣିବାକୁ ସମସ୍ତେ ଇଚ୍ଛୁକ । ତେବେ ଓରୀ ଏନେଇ ମୁହଁ ଖୋଲିଛନ୍ତି ।

ନିକଟରେ ଏରୀ ଫୋର୍ବ୍ସ ଇଣ୍ଡିଆକୁ ଇଣ୍ଟରଭ୍ୟୁ ଦେଇ କହିଛନ୍ତି କି ‘ମୁଁ ଏବେ ନିଜ ସମ୍ପୂର୍ଣ୍ଣ ଧ୍ୟାନ ଖୁସି ବାଣ୍ଟିବା ଉପରେ ରଖୁଛି । ଲୋକଙ୍କ ସହ ମିଶିବା, ଜୀବନରେ ଆଗକୁ ବଢିବା ଏବଂ ଆୟ ବଢାଇବାରେ ସାହାଯ୍ୟ କରୁଛି ।‘ ଏହା ପରେ ସେ ପରୋକ୍ଷରେ କହିଥିଲେ କି ଲୋକମାନେ ବିବାହ ଉତ୍ସବରେ ସାମିଲ ହେବା ପାଇଁ ତାଙ୍କୁ ୧୫ରୁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେଉଛନ୍ତି । ଅର୍ଥାତ୍ ତାଙ୍କୁ ନିକଟରେ ଅନନ୍ତ ଅମ୍ବାନୀଙ୍କ ବିବାହ ଉତ୍ସବରେ ସାମିଲ ହେବା ପାଇଁ ଅମ୍ବାନୀ ପରିବାର ତରଫରୁ ପ୍ରାୟ ଏହି ରାଶି ପ୍ରଦାନ କରାଯାଇଥିଲା । କହିରଖୁଛୁ ସେ କେବଳ ବିବାହ ଉତ୍ସବରେ ସାମିଲ ହୋଇ ଆୟ କରନ୍ତି ତା ନୁହେଁ । ସେ ନିଜେ ଜଣେ ବ୍ରାଣ୍ଡ୍ । ତାଙ୍କ ନାଁରେ ଟି-ସର୍ଟ, ଇମୋଜୀ, ବ୍ୟାଗ୍ ଏବଂ ଷ୍ଟିକର ଆଦି ମିଳେ ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories