www.samajalive.in
Saturday, December 13, 2025
21.1 C
Bhubaneswar

୫ମ ଥର ରାଷ୍ଟ୍ରପତି ହୋଇପାରନ୍ତି ପୁଟିନ୍, ଟକ୍କର ଦେବା ଭଳି ସ୍ଥିତିରେ ନାହାଁନ୍ତି ବିରୋଧୀ

ନୂଆଦିଲ୍ଲୀ : ଋଷରେ ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ହେବ । ମତଦାନର ସମ୍ପୂର୍ଣ୍ଣ ପ୍ରକ୍ରିୟା ପୁରା ହୋଇସାରିଛି । ତେବେ କୁହାଯାଉଛି କି ଭ୍ଲାଦିମିର ପୁଟିନ୍ ୫ମ ଥର ଋଷର ରାଷ୍ଟ୍ରପତି ହୋଇପାରନ୍ତି । କାରଣ ବିରୋଧୀ ତାଙ୍କୁ ଟକ୍କର ଦେବା ଭଳି ସ୍ଥିତିରେ ନାହାଁନ୍ତି । ନିର୍ବାଚନରେ ପୁଟିନଙ୍କ ଦବଦବା କାଏମ ରହିବା ସମ୍ଭାବନା ରହିଛି ।

ୟୁକ୍ରେନ ସହ ଚାଲିଥିବା ଯୁଦ୍ଧ ମଧ୍ୟରେ ଋଷ୍ ରାଷ୍ଟ୍ରପତି ନିର୍ବାଚନରେ ମାତିଛନ୍ତି । ଆଜି ୧୫ ମାର୍ଚ୍ଚରୁ ଋଷରେ ରାଷ୍ଟ୍ରପତି ନିର୍ବାଚନ ଆରମ୍ଭ ହୋଇସାରିଛି ଯାହାକି ୩ ଦିନ ଧରି ଅର୍ଥାତ୍ ୧୭ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ । ଏଥିରେ ପୁଟିନ୍ ପୁଣି କ୍ଷମତାକୁ ଆସିବା ନେଇ ଆକଳନ କରାଯାଉଛି । ପୁଟିନ ଗୁରୁବାର ଏକ ଭିଡିଓ ବାର୍ତ୍ତାରେ ଋଷ୍ ନାଗରିକଙ୍କୁ ମତଦାନ କେନ୍ଦ୍ରରେ ମତଦାନ କରିବାକୁ ଅପିଲ୍ କରିଛନ୍ତି ।

- Advertisement -

୭୧ ବର୍ଷୀୟ ପୁଟିନ୍ ନିଜ ୫ମ କାର୍ଯ୍ୟକାଳ ପାଇଁ ନିର୍ବାଚନ ଲଢୁଛନ୍ତି । ତାଙ୍କ ପ୍ରତିଦ୍ବନ୍ଦୀ କିଏ ଜେଲରେ ତ ଆଉ କିଏ ଦେଶ ଛାଡି ଚାଲିଯାଇଛନ୍ତି । ତାଙ୍କର ଜଣେ ମଜଭୁତ ବିରୋଧୀ ଭାବେ ଜଣାଶୁଣା ଏଲେକ୍ସି ନଭଲନୀଙ୍କ ନିକଟରେ ମୃତ୍ୟୁ ଘଟିଛି । ଆକଳନରୁ ଜଣାପଡୁଛି କି ମତଦାତାଙ୍କ ପାଖରେ ପୁଟିନଙ୍କ ବିକଳ୍ପ ବହୁତ କମ୍ । ଋଷରେ ୩ ଦିନରେ ୧ ଲକ୍ଷ ମତଦାନ କେନ୍ଦ୍ରରେ ମତଦାନ ହେବ ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories