www.samajalive.in
Saturday, December 13, 2025
26.1 C
Bhubaneswar

୨ ନୂଆ ନିର୍ବାଚନ ଆୟୁକ୍ତ ନିଯୁକ୍ତ

ନୂଆଦିଲ୍ଲୀ : ୨ ନୂଆ ନିର୍ବାଚନ ଆୟୁକ୍ତ ନିଯୁକ୍ତ । ନିର୍ବାଚନ ଆୟୁକ୍ତ ନିଯୁକ୍ତି ନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ବରିଷ୍ଠ ଆଇଏଏସ୍ ଅଧିକାରୀ ଜ୍ଞାନେଶ କୁମାର ଓ ସୁଖବୀର ସିଂହ ସାନ୍ଧୁ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତ ହୋଇଛନ୍ତି । କହିରଖୁଛୁ ଅରୁଣ ଗୋଏଲଙ୍କ ଇସ୍ତଫା ପରେ ୨ ନୂଆ ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତି ନେଇ ସରକାର ଯୋଜନା କରୁଥିଲେ । ସିଇସି ରାଜୀବ କୁମାରଙ୍କ ବ୍ୟତୀତ ଅନ୍ୟ ୨ ଇସି ପଦ ଖାଲି ପଡିଥିଲା । ଅନୁପ ଚନ୍ଦ୍ର ପାଣ୍ଡେ ଫେବୃୟାରୀ ୧୪ରେ ଅବସର ନେଇଥିଲେ । ଆଗକୁ ନିର୍ବାଚନ ଥିବାରୁ ସରକାର ଏଥିପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଯୋଜନା କରୁଥିଲେ । ଆଜି ଏହି କ୍ରମରେ ବରିଷ୍ଠ ଆଇଏଏସ୍ ଅଧିକାରୀ ଜ୍ଞାନେଶ କୁମାର ଓ ସୁଖବୀର ସିଂହ ସାନ୍ଧୁଙ୍କୁ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତ କରାଯାଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories