www.samajalive.in
Saturday, December 6, 2025
19.1 C
Bhubaneswar

ଆଳୁ ଭର୍ତ୍ତି ଟ୍ରକକୁ ଓଭରଟେକ୍‌‌ କରି କାର୍‌‌ ଦୁର୍ଘଟଣାଗ୍ରସ୍ତ ; ୪ ମୃତ

ଜୟପୁର : ରାଜସ୍ଥାନ ସ୍ଥିତ ରାୱତସର-ଧନ୍ନାସର ରାଜପଥରେ ଗୁରୁବାର ସକାଳେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଆଳୁ ଭର୍ତ୍ତି ଏକ ଟ୍ରକକୁ ଓଭରଟେକ୍‌‌ କରିବା ସମୟରେ କାର୍‌‌ ଚାଳକଙ୍କ ଆଖି ଲାଗିଯିବାରୁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ବୋଲି ଜଣାପଡିଛି। ଦୁର୍ଘଟଣାରେ ମାଆ-ଝିଅ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି। ଖବର ପାଇବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
କାର୍‌‌ରେ ଏକ ପରିବାର ମନ୍ଦିର ଦର୍ଶନ ପାଇଁ ଯାଉଥିଲେ। ଏହି ସମୟରେ ସକାଳେ ରାୱତସର-ଧନ୍ନାସର ରାଜପଥରେ ଏକ ଆଳୁ ଭର୍ତ୍ତି ଟ୍ରକକୁ ଓଭରଟେକ୍‌‌ କରିବା ସମୟରେ କାର୍‌‌ ଚାଳକଙ୍କ ଆଖି ଲାଗିଯିବାରୁ କାର୍‌‌ ଉପରୁ ଚାଳକ ନିୟନ୍ତ୍ରଣ ହରାଇ ଥିଲେ। ଫଳରେ କାର୍‌‌ଟି ଅନିୟନ୍ତ୍ରିତ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆହତ ୨ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories