www.samajalive.in
Saturday, December 13, 2025
26.1 C
Bhubaneswar

ବାଇକକୁ ଚାପିଲା ଟ୍ରକ, ବାଇକ ଚାଳକ ମୃତ  

ଆଠଗଡ : ସଡକ ଦୁର୍ଘଟଣାରେ ବାଇକ ଚାଳକ ମୃତ । ଆଠଗଡ ନରସିଂହପୁର ରାସ୍ତାର ଖୁଣ୍ଟକଟା ତାରିଣୀ ଛକଠାରେ ଟ୍ରକ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ପରେ ଟ୍ରକ ଚକା ତଳେ ବାଇକ ଚାପି ହୋଇଯାଇଥିଲା । ବୁଧବାର ସକାଳ ୧୦ ଟାରେ ତାରିଣୀ ଛକଠାରେ ନରସିଂହପୁର ଠାରୁ ଆସୁଥିବା ଏକ ଅପେରା ଦଳର ଟ୍ରକ ସହ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ଧକ୍କା ହୋଇଥିଲା । ବାଇକ ଚାଳକ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ନୂଆଗାଁ ଗ୍ରାମର ଶିବଶଙ୍କର ମନ୍ତ୍ରୀ ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଆମ୍ବୁଲାନ୍ସ ସହାୟତାରେ ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା। ତାଙ୍କର ଡାହାଣ ହାତ, ଡାହାଣ ଗୋଡ ଭାଙ୍ଗିବା ସହିତ ଶରୀରର ଅନ୍ଯ ସ୍ଥାନରେ ଗୁରୁତର ଆଘାତ ହୋଇଥିଲା। ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ହେଲେ କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ସେ ମୃତ୍ୟୁବରଣ କରିଥିବା ଆଠଗଡ ପୁଲିସ ସୂଚନା ଦେଇଛି ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories