www.samajalive.in
Saturday, December 13, 2025
26.1 C
Bhubaneswar

ବିଶ୍ବର ପ୍ରଥମ ଏଆଇ ସଫ୍ଟଓ୍ବେୟାର ଇଞ୍ଜିନିୟରର ବଜାର ପ୍ରବେଶ

ନୂଆଦିଲ୍ଲୀ : ବିଶ୍ବର ପ୍ରଥମ ଏଆଇ ସଫ୍ଟଓ୍ବେୟାର ଇଞ୍ଜିନିୟରର ବଜାର ପ୍ରବେଶ କରାଯାଇଛି । ଏହି ଏଆଇ ଟୁଲ୍ ବହୁତ ସ୍ମାର୍ଟ ଏବଂ ଏହା କୋଡ୍ ଲେଖିପାରିବ । ଏହି ଓ୍ବେବସାଇଟ୍ ଏବଂ ସଫ୍ଟଓ୍ବେୟାର ପ୍ରସ୍ତୁତ କରିପାରିବ । ଏହାକୁ ଟେକ୍ କମ୍ପାନୀ କଗ୍ନିସନ୍ ପ୍ରସ୍ତୁତ କରିଛି ।

ଏହାକୁ ଡେଭିନ୍ ନାଁ ଦିଆଯାଇଛି । ଡେଭିନକୁ ଆପଣ ଯାହା କହିବ ସେ କରିବ । କଗ୍ନିସନ୍ କହିଛି କି ଭବିଷ୍ୟତରେ ଏହା ମଣିଷ ସମାଜ ସହିତ ଏକାଠି ଚାଲିବା ଉଦ୍ଦେଶ୍ୟ ନେଇ ଏହାକୁ ପ୍ରସ୍ତୁତ କରାଯାଇଛି । ମଣିଷଙ୍କ ଜୀବନକୁ ସହଜ କରିବା ପାଇଁ ଏହାକୁ ପ୍ରସ୍ତୁତ କରାଯାଇଛି ।

- Advertisement -

କଗ୍ନିସନ୍ ଏକ୍ସରେ ପୋଷ୍ଟ କରିଛି କି ‘ଆଜି ଆମେ ପ୍ରଥମେ ଏଆଇ ସଫ୍ଟଓ୍ବେୟାର ଇଞ୍ଜିନିୟର ଡେଭିନକୁ ବଜାରକୁ ଆଣି ବେଶ୍ ଉତ୍ସାହିତ । ଡେଭିନ୍ ଅଗ୍ରଣୀ ଏଆଇ କମ୍ପାନୀଙ୍କଠୁ ପ୍ରାକ୍ଟିକାଲ୍ ଇଞ୍ଜିନିୟରିଂ ଇଣ୍ଟରଭ୍ୟୁ ସଫଳତାପୂର୍ବକ ପାସ୍ କରିଛି । ଡେଭିନ୍ ଏକ ଅଟୋନମସ୍ ଏଜେଣ୍ଟ । ଏହା ନିଜ ଶେଲ୍, କୋଡ୍ ଏଡିଟର୍ ଏବଂ ଓ୍ବେବ୍ ବ୍ରାଉଜରର ବ୍ୟବହାରରେ ଇଞ୍ଜିନିୟରିଂ ସମ୍ବନ୍ଧିତ କାମ କରିଥାଏ ।’

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories