www.samajalive.in
Saturday, December 13, 2025
26.1 C
Bhubaneswar

ଯୁବକଙ୍କ ମୃତଦେହ ଉଦ୍ଧାର, ବନ୍ଧା ହେଲେ ସମ୍ପର୍କୀୟ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଉପକଣ୍ଠ ଝୁପୁଡିପଡାରେ ଜଣେ ଯୁବକଙ୍କୁ ଅତି ଗୁରୁତର ଅବସ୍ଥାରେ ଆଜି ଭୋର ସମୟରେ କିଛି ଯୁବକ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିବାବେଳେ, କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ପୁଲିସକୁ ଖବର ଦେଇଥିଲେ । ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ହତ୍ୟା ସନ୍ଦେହରେ ଝୁପୁଡିପଡା ଯାଇ ତଦନ୍ତ ଆରମ୍ଭ କରିଥିଲା । ପରେ ଜଣେ ଯୁବକଙ୍କୁ ଅଟକ ରଖିବା ସହ, ବଲାଙ୍ଗିରରୁ ସାଇଣ୍ଟିଫିକ ଟିମ, ଥାନା ଭାରପ୍ରାପ୍ତ ଅଧିକାରୀ ରଶ୍ମିତା ବେହେରା ପୁଲିସ ଦଳ ସହ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଥିଲେ ।

ସୂଚନା ଅନୁସାରେ ଭବାନୀପାଟଣା ଅଞ୍ଚଳର ଯୁବକ ଜଗନ୍ନାଥ ଗୌଡ଼ ଜଣେ ଗାଡି ଡ୍ରାଇବର । ଗତକାଲି ଗାଡି ମାଲିକଙ୍କ ସାଙ୍ଗର ପରିବାରକୁ ବେଲପଡାରେ ଛାଡି, ବେଶି ରାତି ହୋଇଯିବାରୁ କଣ୍ଟାବାଞ୍ଜି ଝୁପୁଡିପଡାକୁ ନିଜ ସ୍ତ୍ରୀଙ୍କ ମାମୁଁ ଘରକୁ ରାତ୍ରି ଯାପନ ପାଇଁ ଆସିଥିଲେ । ରାତିରେ ସମ୍ପର୍କୀୟ ଯୁବକ ଆକାଶ ବାଗଙ୍କ ସହ ଶୋଇଥିଲେ । ଭୋର ପ୍ରାୟ ୫ଟା ସମୟରେ ଉଭୟଙ୍କ ମଧ୍ୟରେ କଥା କଟାକଟିକୁ ନେଇ ବଚସା ହେବାରୁ ଜଗନ୍ନାଥଙ୍କ ଉପରେ ଆକାଶ ଉତ୍ତେଜିତ ହୋଇ ପାଖରେ ଥିବା ଧାରୁଆ ଜିନିଷରେ ମୁଣ୍ଡରେ ଆଘାତ ଦେବାରୁ ଜଗନ୍ନାଥ ଗୁରୁତର ହୋଇଥିଲେ ।

- Advertisement -

ସକାଳେ ସମ୍ପର୍କୀୟ ବନ୍ଧୁଙ୍କ ପରିବାର ଲୋକେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଜଗନ୍ନାଥଙ୍କ ପରିବାରର ଏତଲାକୁ ଭିତ୍ତି କରି ପୁଲିସ ପ୍ରାଥମିକ  ତଦନ୍ତ ପରେ ଆକାଶକୁ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଥିବା ପୁଲିସ ଏସଡିପିଓ ଗୌରାଙ୍ଗ ସାହୁ ସୂଚନା ଦେଇଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories